ରାଇରଙ୍ଗପୁର ; ତା-୧୨/୦୧(ବିଏମସି ଟିଭି ଓଡ଼ିଆ)
ମହିଳା ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅଧ୍ୟକ୍ଷ ରବିଶଙ୍କର ସତପଥିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝି ମୁଖ୍ଯ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ ଏବଂ ରାଇରଙ୍ଗପୁର ମହିଳା କଲେଜ ସହିତ ଜଡ଼ିତ ରହିବେ।

ରାଇରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଜଲେନ ନାୟକ ମୁଖ୍ଯ ବକ୍ତା ଭାବେ ଉପସ୍ଥିତ ରହି ମହିଳା ମାନେ ସବୁଠାରୁ ଆଗୁଆ ବୋଲି ମତାମତ ଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ମହିଳା ମହାବିଦ୍ୟାଳୟର ପୁର୍ବତନ ପରିଚାଳନା କମିଟି ସଭାପତି ମାଳତି ପରିଡା ଛାତ୍ରୀମାନଙ୍କୁ ତାଙ୍କର ଉଜ୍ଜଳ ଭବିଷ୍ୟତ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ।ଅନ୍ଯତମ ସମ୍ମାନିତ ଅତିଥି ଡକ୍ଟର ପ୍ରଦୀପ ମିଶ୍ର ଛାତ୍ରୀମାନଙ୍କୁ ଶୀକ୍ଷା ର ମହତ୍ବ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ।ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ସହିତ ସଂବର୍ଧିତ କରାଯାଇଥିଲା। ଅଧ୍ୟକ୍ଷ ରବିଶଙ୍କର ସତପଥି ତାଙ୍କର ବକ୍ତବ୍ଯ ସହି ବାର୍ଷିକ ବିବରଣୀ ପାଠ କରିଥିଲେ ।

ସର୍ବ ପ୍ରଥମେ ଅଧ୍ୟାପିକା ତିଳୋତ୍ତମା ଷଢ଼ଙ୍ଗୀଙ୍କ ମନ୍ତ୍ରୋଚାରଣ ସହିତ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ଫୋଟୋଚିତ୍ରରେ ପୁଷ୍ପ ପ୍ରଦାନ ପରେ ଦୀପପ୍ରଜ୍ବଳନ କରିଥିଲେ। ଅଧ୍ୟାପିକା ରାଜଶ୍ରୀ ଦାସ ସ୍ବାଗତ ସଂଭାଷଣ ପ୍ରସ୍ତୁତ କରିଥିଲେ।କଲେଜର ଅବସର ପ୍ରାପ୍ତ କର୍ମଚାରୀ ସଂଯୁକ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ସଂଯୋଯକ ବିଜୟ ରାମ ସଭା ପରିଚାଳନା କରିଥିଲେ।
ବିଜୟୀ ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଅଧ୍ୟାପିକା ଯଣୋଧରା ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ରାଜଶ୍ରୀ ଦାସ, ବିଜୟ ରାମ ଶ୍ୟାମ ମଣ୍ଡଳ ଏବଂ ଅଭିପ୍ସୀତା ଦାସଙ୍କ ସଂଯୋଜନାରେ ଛାତ୍ରୀମାନଙ୍କ ଦ୍ବାରା ମନ୍ତ୍ରମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ କଲେଜ ର ସମସ୍ତ କର୍ମଚାରୀମାନଙ୍କ ସହଯୋଗ ରହିଥିବାରୁ ଏହା ସାଫଲ୍ଯମଣ୍ଡ।

ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।