ଦଶପଲ୍ଲା କପ୍ ଫୁଟବଲ୍ ଗ୍ରୁପ ବି ର ଦ୍ଵିତୀୟ ଦିନରେ କାଶ୍ମୀର ବିଜୟୀ।

ନୟାଗଡ ; ତା-୧୫/୦୧(ବିଏମସି ଟିଭି ଓଡ଼ିଆ)

ସ୍ପୋର୍ଟିଭ ସ୍ପୋର୍ଟ୍ସ ସୋସାଇଟି, ଦଶପଲ୍ଲା ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମଇଦାନ ଠାରେ ଚାଲିଥିବା ୨୫ ତମ ସର୍ବଭାରତୀୟ ” ଦଶପଲ୍ଲା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ”ରେ ବୁଧବାର ଦିନ ଗ୍ରୁପ୍ ” ବି” ର ଦ୍ୱିତୀୟ ଦିନରେ ଏସ୍ ଟି ଏଫସି ଶ୍ରୀନଗର, କାଶ୍ମୀର ବନାମ୍ ମା କାମାକ୍ଷା ସ୍ପୋର୍ଟ୍ସ କ୍ଲବ, ବିହାର ମଧ୍ଯରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଏସ୍ ଟି ଏଫସି ଶ୍ରୀନଗର, କାଶ୍ମୀର ଦଳ ୩-୦ ଗୋଲ୍ ରେ ବିଜୟ ଲାଭ କରିଛି। ଆଜିର ଖେଳ ପରିଚାଳନା କରୁଥିଲେ ରେଫରୀ ଶ୍ୟାମସୁନ୍ଦର ସାହା, ଲାଇନ୍ସ ରେ ପ୍ରସନ୍ନ କୁମାର ନାୟକ, ରବୀନ୍ଦ୍ର କୁମାର ନୟକ ଓ ଫୋର୍ଥ ଅଫିସିଆଲ ରେ ଆଶ୍ରିବାଦ ସେନ ସହଯୋଗ କରୁଥିଲେ।

ଦଶପଲ୍ଲା ଅନନ୍ତ ବିହାର ର ପ୍ରତିଷ୍ଠାତା ତଥା ସମାଜସେବୀ ଅନନ୍ତ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ । ଗୁରବାର ଦିନ ଖେଳ କଟକ ବନାମ୍ ବରଗଡ଼ ମଧ୍ଯରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଭବାନୀ ପ୍ରସାଦ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *