ବଙ୍ଗଳାଦେଶରେ ହିନ୍ଦୁ ଉତ୍ପୀଡନ ବିରୋଧରେ ହିନ୍ଦୁ ହୁଙ୍କାର ଏବଂ ପ୍ରତିବାଦ ସଭା ଅନୁଷ୍ଠିତ।

ରାଇରଙ୍ଗପୁର  ; ତା-୦୯/୧୨(ବିଏମସି ଟିଭି ଓଡ଼ିଆ)

ହିନ୍ଦୁ ମାନେ ହେଉଛନ୍ତି ଶାନ୍ତିପ୍ରିୟ ମଣିଷ ।ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ଯାଚାର ଏବଂ ମଠମନ୍ଦିର ଭଙ୍ଗାଯିବା ଘଟଣା ଘୋର ନିନ୍ଦନୀୟ ଓ ପରିତାପର ବିଷୟ ମନେହୁଏ । ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ହିନ୍ଦୁ ସୁରକ୍ଷା ମଞ୍ଚ ର ଆନୁକୂଲ୍ଯରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବିଶାଳ ଶୋଭାଯାତ୍ରା ବାହାରି ଗାନ୍ଧିପାର୍କ , ଗୋଲେଇ ଛକ, ଦୁର୍ଗାମଣ୍ଡପ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରେ ପହଞ୍ଚିଥିଲେ ।ସେଠାରେ ନେତୁତ୍ବକାରୀମାନେ ବଙ୍ଗାଳଦେଶରେ ହେଉଥିବା ହିନ୍ଦୁ ବିରୋଧି ଷଡଯନ୍ତ୍ର ଉପରେ ନାନା ପ୍ରତିବାଦମୂଳକ କଟୁମନ୍ତବ୍ଯ ପ୍ରଦାନ କରିଥିଲେ ।

ଏହାପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯ ରଂଜନ ପ୍ରଧାନଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।ଏଥିରେ ବାମନଘାଟୀ ଓ କରଂଜିଆ ଉପଖଣ୍ଡରୁ ଶହଶହ ସଂଖ୍ଯାରେ ଭାଇଭଉଣୀ ଯୋଗ ଦେଇଥିଲେ ।ସେମାନଙ୍କ ମଧ୍ଯରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୟୂରଭଂଜ ବିଭାଗ ସଂଘ ଚାଳକ ରତିକାନ୍ତ ବୈଦ୍ଯ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ରାଇରଙ୍ଗପୁର ଜିଲ୍ଲା ସଂଘ ଚାଳକ ଜଗବନ୍ଧୁ ମହାନ୍ତ, ବିଶ୍ବ ହିନ୍ଦୁ ପରିଷଦ ଉପସଭାପତି ଅରବିନ୍ଦ ସାହୁ, ହିନ୍ଦୁ ସୁରକ୍ଷା ମଞ୍ଚ ସଂଯୋଜକ ସୁନୀଲ ଚୌବେ, ମହିଳା ସମନ୍ବୟ କମିଟୀର ମମତାମୟୀ ମହାନ୍ତ, ପ୍ରଦୀପ୍ତା ଦାସ, ଭାରତୀୟ ଜନତା ପାର୍ଟି ରାଜ୍ଯ ସଂପାଦକ ନବୀନ ରାମ, ନଗର ସଭାପତି ସୁରଥ ପଟ୍ଟନାୟକ, ମିଥିଳା ଟୁଡୁ, ରାଣୀ ମଣ୍ଡଳ, ମିନତି ବସା, ବିକାଶ ମହାନ୍ତ, ଶିବୁ ଅଗ୍ରୱାଲ, ବାପି ଦାସ, ବିଜେପି ଅଫିସ ଇନଚାର୍ଯ୍ଯ ରାଜେଶ ଶର୍ମା ପ୍ରମୁଖ ପରିଚାଳନା କରିଥିଲେ।

ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *