ନୟାଗଡ ; ତା-୧୭/୦୧(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ର ଆରାଧ୍ୟ ମହାବୀର ମନ୍ଦିର ପ୍ରାଙ୍ଗଣରେ ହନୁମାନ ଚାଳିଶା ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜଳାଧିବାସ ହେବା ପରେ ମହାବୀର ମନ୍ଦିର ନିକଟରୁ ଶ୍ରଦ୍ଧାଳୁ ମାନଙ୍କର ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା ଗଙ୍ଗା ଆବାହନ ନିମନ୍ତେ କୁଆଁରୀଆ ନଦୀ ତଟକୁ ଯାଇ ନଦୀ ତଟରୁ ପୂଜାର୍ଚନା ସାରି ଶ୍ରଦ୍ଧାଳୁ ମାନେ କୁମ୍ଭ ରେ ଜଳ ଧରି ଯଜ୍ଞ ସ୍ଥଳକୁ ଆସିଥିଲେ। ଏହି ଅବସରରେ ୧୦୮ଯଜ୍ଞକଙ୍କ ଦ୍ଵାରା ଅଖଣ୍ଡ ହନୁମାନ ଚାଳିଶା ପାଠ ଆରମ୍ଭ ହୋଇଥିଲା। ବ୍ରାହ୍ମଣମହାସଂଘ ଓଡିଶା ଆନୁକୂଲ୍ୟରେ ୪ଜଣ ବ୍ରହ୍ମଚାରୀ ଙ୍କୁ ବ୍ରତୋପନୟନ କରାଯିବା ସହିତ ୨୪ଘଣ୍ଟିଆ ଅଖଣ୍ଡ ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଥିଲା। ହନୁମାନ ଚାଳିଶା ପାଇଁ ଆଖପାଖ ଅଞ୍ଚଳରୁ ବ୍ରାହ୍ମଣ ଦେବତାମାନେ ଯୋଗଦେଇଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।