ବୋଲଗଡ ; ତା-୨୦/୦୧ (ବିଏମସି ଟିଭି ଓଡ଼ିଆ)
ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଦେଶ କ୍ରମେ ଓ ଖୋଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିଦ୍ଦେର୍ଶ କ୍ରମେ ଏବଂ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାଯ୍ୟାଳୟ ଆନୁକୂଲ୍ୟରେ ସୋମବାର ଦିନ ବ୍ଲକ ସ୍ତରୀୟ ଇକୋ କ୍ଲବ ପ୍ରଦର୍ଶନୀ ବୋଲଗଡ଼ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମ ରେ ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ୭୫ଗୋଟି ମଧ୍ଯ ଇଂରାଜୀ ଓ ଉଚ୍ଚ ବିଦ୍ୟାଳୟର ୫୦ଜଣ ଛାତ୍ରଛାତ୍ରୀ ୫୦ଟି ଆଦ୍ରଭୁମୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।

ଏହି କାଯ୍ୟକ୍ରମ କୁ ୧୪ଜଣ ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ , ସହାୟକ ବିଭୁ ରଞ୍ଜନ ରଥ ଓ ଗାଇଡ୍ ଶିକ୍ଷକ ବିଭୁତି ଭୁଷଣ ଦଳାଇଙ୍କ ସମେତ ୫୦ଜଣ ଶିକ୍ଷକ ମିଳିତ ଭାବେ ସହଯୋଗ କରି ପରିଚାଳନା କରିଥିଲେ। ଏହି ପରିବେଶ ସୁରକ୍ଷା ଓ ଆଦ୍ରଭୁମୀ ସଂରକ୍ଷଣ ସଚେତନତା କର୍ମଶାଳାରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଙ୍କ ସଭାପତିତ୍ୱରେ ମୁଖ୍ଯ ଅତିଥି ଭାବେ ପ୍ରଧାନ ଶିକ୍ଷକ ପିତବାସ ଲେଙ୍କା, ମୁଖ୍ଯ ବକ୍ତା ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସନାଥ ସ୍ବାଇଁ ଓ ସମ୍ମାନୀତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମିତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି କାଯ୍ୟକ୍ରମରେ ବିଚାରକ ଭାବେ ଅଧ୍ଯାପକ ରାଜକିଶୋର ସାହୁ ପ୍ରମୁଖ ଯୋଗ ଦେଇ ଶୁଭମଭବ ରାଉତ, ସୌରୁର ନାୟକ, ସୌମ୍ୟରଂଜନ ମହାପାତ୍ର, ଅନୁଶା ବେହେରା, ଜୀତେନ ମହାରଣା, ସୌମ୍ୟରଂଜନ ସାହୁ ଓ ରଶ୍ମିତା ଦତ୍ତ ପ୍ରମୁଖ କୃତି ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରିଥିଲେ। ଏହି କୃତି ଛାତ୍ରଛାତ୍ରୀ ମାନେ ଖୋଦ୍ଧା ଜିଲ୍ଲା ସ୍ତରୀୟ ପରିବେଶ ସୁରକ୍ଷା ଓ ଆଦ୍ରଭୁମୀ ସଂରକ୍ଷଣ ସଚେତନତା କର୍ମଶାଳାରେ ଯୋଗ ଦେବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଘୋଷଣା କରିଥିଲେ।

ସମସ୍ତ କାଯ୍ୟକ୍ରମ କୁ ଶିକ୍ଷକ ପ୍ରଫୁଲ୍ଲ ସିଂହ ସଂଯୋଜନା କରି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଗୋକୁଳ ଚନ୍ଦ୍ର ବଳବନ୍ତରାୟ ସ୍ବାଗତ ଭାଷଣ ଦେଇଥିଲେ। ଏହି କର୍ମଶାଳାରେ ୭ଟି ବିଷୟରେ ଛାତ୍ରଛାତ୍ରୀ ମାନେ ନିଜ ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ପରିଶେଷରେ ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ ବିଶ୍ବରଞ୍ଜନ ସେଠୀ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
ବିଏମସି ନ୍ୟୁଜ ଓଡିଶା ।