ମା’ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ଦ୍ୱାରା ଅଲମ୍ପିକ ପଦକ ବିଜେତା କ୍ରୀଡ଼ାବିତ ଦୂତ୍ତି ଚାନ୍ଦ ଙ୍କୁ ଭଵ୍ୟ ସମ୍ବର୍ଦ୍ଧନା ।

ଛତ୍ରପୁର;  ତା-୨୦/୦୧ ( ବିଏମସି ଟିଭି ଓଡ଼ିଆ )

            ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ ଙ୍କ ଅନୁରୋଧ ରକ୍ଷାକରି ଭାରତର କ୍ରୀଡା ଜଗତର ପ୍ରତିଭା ଅଲମ୍ପିକ ପଦକ ବିଜେତା ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଅନ୍ତର୍ଜାତୀୟ ଧାବିକା ଦୂତ୍ତି ଚାନ୍ଦ’  ମାଁ’ରାମଚଣ୍ଡୀ ପୀଠକୁ ମା’ଙ୍କ ଦର୍ଶନ କରିବାକୁ ଆସି ମା’ଙ୍କ ଆଶିଷ ଲାଭ କରିଥିଲେ ।  ଏହି  ଅବସରରେ ତାଙ୍କୁ  ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟୀ ତରଫରୁ ଆନୁଷ୍ଠାନିକ ଭାବେ ମାଁ’ରାମଚଣ୍ଡୀଙ୍କ ପଟଚିତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏଥିରେ  ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଲ ପଣ୍ଡା, ସହ-ସଂଯୋଜକ ତୁଷାର ଶତପଥୀ, ପୂଜା କମିଟୀ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟୀ  ସଭାପତି  ଅଜୟ ନାୟକ, ସୁଧୀର ମହାରଣା  ପ୍ରମୁଖ ଉପସ୍ଥିତ ଥିଲେ ।  ସେ ମନ୍ଦିର ପରିସର ବୁଲି ଦେଖିବା ସହ ଟ୍ରଷ୍ଟ ଓ କମିଟି ସଦସ୍ୟ ଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *