ସାତକମାରେ ନେତାଜୀ ସୁଭାଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ଉତ୍ସବ ପାଳିତ।

ସମ୍ବଲପୁର ;ତା-୨୩/୦୧(ବିଏମସି ଟିଭି ଓଡିଆ)

କୁଚିଣ୍ଡା ସହର ଉପଖଣ୍ଡସ୍ଥିତ ସାତକମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷକ ସୁରଭି ନାୟକଙ୍କ ସଭାପତିତ୍ବରେ ଜାତୀୟ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମିଳିତ ଜୟନ୍ତୀ ଉତ୍ସବ ସ୍କୁଲର ହୀରକ ଜୟନ୍ତି କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଜୟନ୍ତୀ କମିଟି ସଭାପତି ସୁବାସ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗଦେଇ ଉଭୟ ମହାପୁରୁଷଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଵଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଅନନ୍ତ ରାମ ପଟେଲ ସ୍ଵାଗତ ଭାଷଣ ଓ ବୈଦ୍ୟନାଥ ଷଣ୍ଢ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭାଷଣ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ସୁହାନି ସେଠ୍ ଓ ସୁଶ୍ରୀତା ପରୁଆଙ୍କୁ ଅତିଥି ଶ୍ରୀ ନାୟକ ପୁରସ୍କୃତ କରିଥିଲେ ।ଶେଷରେ ସ୍ନେହଲତା ଠାକୁର ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।

Leave a Reply

Your email address will not be published. Required fields are marked *