ସମ୍ବଲପୁର ;ତା-୨୫/୦୧(ବିଏମସି ଟିଭି ଓଡିଆ)
ବରପାଲିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ୟାମା ମ୍ୟୁଜିକାଲ୍ସ୍ର ବାର୍ଷିକ ଉତ୍ସବ ଅବସରରେ ଶନିବାର ରଙ୍ଗୋଳୀ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। କ୍ଲବ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ରମାକାନ୍ତ ତ୍ରିପାଠୀ, ସ୍ଵାଧୀନ ମହାରଣା, ବିରେନ୍ଦ୍ର ବେହେରା ରହିଥିଲେ । ଅନୁଷ୍ଠାନର ବରିଷ୍ଠ ସଭ୍ୟ ପରମାନନ୍ଦ ସ୍ୱାଇଁ ବିଚାରକ ମାନଙ୍କୁ ସମ୍ମାନୀତ କରିଥିଲେ । ରଙ୍ଗୋଳୀ ପମାନଙ୍କଗିତାରେ ୪୦ରୁ ଉର୍ଦ୍ଧ୍ବ ପ୍ରତିଯେlଗୀ ଭାଗ ନେଇଥିଲେ । ଜୁନିୟର ବିଭାଗରେ ଦେହନି ହେମବ୍ରମ ପ୍ରଥମ, ଆର୍ଯ୍ୟା ଅଗ୍ରହାରି ଦ୍ବିତୀୟ, ଅଲିଭା ଦୀପ ତୃତୀୟ, ସିନିୟର ବିଭାଗରେ ଯାଜ୍ଞସିନୀ ମହାକୁର ପ୍ରଥମ, ଆଦ୍ୟାଶା ଅଗ୍ରହାରି ଦ୍ବତୀୟ ଓ ସପ୍ନା ସୁନା ତୃତୀୟ ହୋଇଥିଲେ। ଏଥିରେ କ୍ଲବ୍ର ସମ୍ପାଦକ ବାଲ କିଶୋର ଖାଡଙ୍ଗା, ଧୀରେନ ତ୍ରିପାଠୀ, ଜଗନ୍ନାଥ ସେଠ୍, ମୁକୁନ୍ଦ ମେହେର, ରମେଶ ରଣା ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।