ଖୋର୍ଦ୍ଧା ;ତା-୧୦/୧୨(ବିଏମସି ଟିଭି ଓଡ଼ିଆ)
ଦୀର୍ଘଦିନ ଧରି କ୍ୟାବିନ ସହର ଖୋର୍ଦ୍ଧା ର ବ୍ୟବସାୟୀ ମାନଙ୍କୁ ଥଇଥାନ କରିବା ନେଇ ପକ୍ରିୟା ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବ୍ୟବସାୟୀ ମାନଙ୍କୁ ସଠିକ ରୂପେ ଥଇଥାନ କରାଯାଇପାରୁନି।ତେବେ ଗତକାଲି ଜିଲ୍ଲା ପ୍ରଶାସନର ନିଷ୍ପତି କ୍ରମେ ଖୋର୍ଦ୍ଧା ସହର ର ମାରୁଆଡ଼ି ପଟ ପୁରୁଣା ଆଲ୍ହାବାଦ ବ୍ୟାଙ୍କ ଠାରୁ ଟ୍ରାଫିକ ଛକ ରୁ ସମବାୟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ର ଉଭୟ ପଟେ ଥିବା ଦୋକାନ କୁ ଭାଙ୍ଗିବାକୁ ପ୍ରଶାସନ ନିଷ୍ପତ୍ତି ନେଇ ନୋଟିସ ଜାରି କରିଥିଲା।ଏମିତିକି ଦୋକାନୀ ମାନଙ୍କୁ ନିଜ ନିଜ ଦୋକାନରୁ ସାମଗ୍ରୀ ନେଇ ଦୋକାନ ଭାଙ୍ଗିବାକୁ କହିଥିଲେ।ହେଲେ ଆଜି ସକାଳୁ ସକାଳୁ ୫୦୦ ରୁ ଉର୍ଦ୍ଧ୍ବ ବ୍ୟବସାୟୀ ମାନେ ଏକତ୍ର ହୋଇ ପରିବାର ସହିତ ଖୋର୍ଦ୍ଧା ଟ୍ରାଫିକ ଛକ ରେ ବସି ଆନ୍ଦୋଳନ କରିଥିଲେ।ସେମାନଙ୍କ କହିବା କଥା ପ୍ରଶାସନ ଗତକାଲି କହି ଆଜି ଉଚ୍ଛେଦ କରିବା ଠିକ ନୁହେଁ।ସେଭଳି ସେମାନଙ୍କୁ ପୁର୍ବ ନିଷ୍ପତି ଅନୁସାରେ ସଠିକ ରୂପେ ଥଇଥାନ କରୁ।କାରଣ ଖୋର୍ଦ୍ଧା ର ବିକାଶ ହେବାକୁ ବ୍ୟବସାୟୀ ମାନେ ଚାହୁଁଥିଲେ ମଧ୍ୟ ପ୍ରଶାସନ ଯେଉଁଭଳି ନିଜ ମନଇଚ୍ଛା ଟିଏଲସି ମଶାଣି ପାଖରେ ଲୁହା ଓ ଟିଣ ରେ ନିର୍ମିତ ଭେଣ୍ଡିଙ୍ଗ ଜୋନ କରି କ୍ୟାବିନ ଦେଉଛି।ତାହା ବିପଦ ଜନକ। ସେଠାକୁ ସାଧାରଣ ଲୋକେ ତଥା-ମହିଳା,ପିଲା,ବୟସ୍କ ଯିବାକୁ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।ସହର ର ଗୋଟେ ୱାନ ସାଇଟି ରେ ଭେଣ୍ଡି ଜୋନ ହେଉଛି।ତେଣୁ ସ୍ଥାୟୀ ଦୋକାନ ଗୃହ ନିର୍ମାଣ କରି ସେମାନଙ୍କୁ ଘର ଦେବାକୁ ଦାବି କରିଛନ୍ତି।ବ୍ୟବସାୟୀଙ୍କ ଏହି ଆନ୍ଦୋଳନ ଫଳରେ ଖୋର୍ଦ୍ଧା ରେ ଦୋକାନ ବଜାର ବନ୍ଦ ହୋଇଥିବା ବେଳେ ସାଧାରଣ ଲୋକମାନେ ଯାତାୟତ ରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ସାଧାରଣ ଲୋକମାନେ ବିଭିନ୍ନ ସଉଦା ପତ୍ର ତଥା ପନିପରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।ଆନ୍ଦୋଳନ ଜୋର ହେବାରୁ ଘଟଣା ସ୍ଥଳରେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ,ଜଟଣୀର ପୂର୍ବତନ ବିଧାୟକ ସୁରେଶ ରାଉତରାୟ,ଖୋର୍ଦ୍ଧା କଂଗ୍ରେସ ବିଧାୟକ ପାର୍ଥିନି ସୋନାଲି ସାହୁ,ସ୍ୱାଗତିକା ପଟ୍ଟନାୟକ,ଖୋର୍ଦ୍ଧା ପୌର ଅଧ୍ୟକ୍ଷ କନକଲଷ୍ମୀ ମହାନ୍ତି,ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି,ପ୍ରମୁଖ ଯୋଗ ଦେଇ ଆନ୍ଦୋଳନ ରେ ବ୍ୟବସାୟୀଙ୍କ ସାଙ୍ଗରେ ସାମିଲ ହୋଇ ବ୍ୟବସାୟୀଙ୍କ ପ୍ରଥମେ ଥଇଥାନ କର ପରେ ଉଚ୍ଛେଦ କର ବୋଲି ନାରା ଦେଇଥିଲେ।।ପରିସ୍ଥିତି ଅସମ୍ଭାଳ ହେବାରୁ ଏହି ଅବସରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି,ତହସିଲଦାର ବିଭାସ କୁମାର ପାଣିଗ୍ରାହୀ,ଖୋର୍ଦ୍ଧା ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜୱାନ କଅକବ ଆନ୍ଦୋଳନ ସ୍ଥଳ କୁ ଆସିବା ସହିତ ବ୍ୟବସାୟୀଙ୍କ ବୁଝା ସୁଝା କରି ଆନ୍ଦୋଳନ ରୁ ଓହରି ଖୋର୍ଦ୍ଧା ବିକାଶ କାର୍ଯ୍ୟ ରେ ସହଯୋଗ କରନ୍ତୁ ବୋଲି କହିଥିଲେ।ଏମିତିକି ସରକାରୀ ନିୟମ ଅନୁସାରେ ବ୍ୟବସାୟୀ ମାନଙ୍କୁ ଦିଆଯାଇଥିବା ଦୋକାନ ରେ ନିଜର ବ୍ୟବସାୟ କରନ୍ତୁ ବୋଲି ଅନୁରୋଧ କରିଥିକେ।ହେଲେ ବ୍ୟବସାୟୀମାନେ କୌଣସି ପରିସ୍ଥିତିରେ ଓହରି ନ ଥିଲେ।ଶେଷରେ ଉପଜିଲ୍ଲାପାଳ ଓ ଉପସ୍ଥିତ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ,ସୁରେଶ ରାଉତରାୟ ଙ୍କ ସହିତ ତାଙ୍କ କାର୍ଯ୍ୟାଳୟ ରେ ଦୀର୍ଘ ସମୟ ଧରି ଏକ ବୈଠକ କରିଥିଲେ।ବୈଠକ ପରେ ଦୋକାନ ଉଚ୍ଛେଦ ପକ୍ରିୟା ୫ ଦିନ ପାଇଁ ବନ୍ଦ କରାଯାଇଥିଲା।ଏହି ୫ ଦିନ ମଧ୍ୟରେ ବ୍ୟବସାୟୀ ମାନେ ନିଜ ନିଜ କ୍ୟାବିନ ଭାଙ୍ଗିବାକୁ ନିଷ୍ପତି ହୋଇଥିଲା।
ଖୋର୍ଦ୍ଧା ରୁ ଜିଲ୍ଲା ପ୍ରତିନିଧି ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।