ପବନ ପୁତ୍ର ସେବା ସମିତିର ନିଆରା ଢଙ୍ଗରେ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ।

ନୟାଗଡ  ; ତା-୨୬/୦୧(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ପବନ ପୁତ୍ର ସେବା ସମିତି ର ସମସ୍ତ କର୍ମକର୍ତ୍ତା ମାନେ ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି । ଏହି ଅନୁଷ୍ଠାନ ର ମୂଳ ଲକ୍ଷ୍ୟ ହେଉଛି ” ମାନବ ସେବା ” ଏବଂ ଅନୁଷ୍ଠାନ ତରଫରୁ ଅସହାୟ ଲୋକ ମାନଙ୍କୁ ସାହାଯ୍ୟ  ସହଯୋଗ କରାଯିବା ଏହାର ଉଦେଶ୍ୟ ବୋଲି ସେବା ସମିତି ସଭାପତି ଏହା ପରିପ୍ରକାଶ କରିଛନ୍ତି।

ଆଜି ପ୍ରଥମେ ଦଶପଲ୍ଲା ମେଡିକାଲ  ଅଧିକାରୀ ମାନଙ୍କ ସହ ବୋଲି ରୋଗୀ ମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଫଳ, ପାଉଁରୁଟି ଇତ୍ୟାଦି ବଣ୍ଟନ କରିଥିଲେ ଏବଂ ତାପରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ପଙ୍କୁଆ ସନ୍ଧି ଠାକୁରାଣୀ ନିକଟରେ ଗାଣ୍ଡେରୀ ଗ୍ରାମ ରେ ପହଞ୍ଚି ସେଠାରେ ଥିବା ବୃଦ୍ଧ ବୃଦ୍ଧା ମାନଙ୍କୁ  କମ୍ବଳ ଏବଂ ଫଳ ପାଉଁରୁଟି  ବଣ୍ଟନ କରିଥିଲେ ।

ଏହି ଭଳି ଅଭିନବ ଉପାୟ ରେ ପବନ ପୁତ୍ର ସେବା ସମିତି ର ସମସ୍ତ କର୍ମକର୍ତ୍ତା ମାନେ ଆଜିର ଏପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ। ଏହା ଏକ ଉଚ୍ଚ କୋଟିର ଚିନ୍ତାଧାରା ଓ ଉତ୍ତମ କର୍ମଧାରା ବୋଲି ବୁଦ୍ଧିଜୀବି ମହଲ ରେ ପ୍ରଶଂସା କରାଯାଇଛି। ଏଇପରି ଅଭିନବ ପ୍ରୟାସ ଓ ନୂତନ ଚିନ୍ତା ଧାରା ବଜାୟ ରଖିବାକୁ ମଧ୍ୟ ଆଲୋଚନା ହେଉଛି।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *