ତେଜଙ୍ଗ କ୍ଳଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ।


ସମ୍ବଲପୁର ;ତା-୩୦/୦୧(ବିଏମସି ଟିଭି ଓଡିଆ)

ବରପାଲି ବ୍ଳକ ତେଜଙ୍ଗ କ୍ଳଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଛି। ରକ୍ସା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତେଜଙ୍ଗ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ମେଳା ସିଆର୍‌ସିସି ସଞ୍ଜୟ କୁମାର ସାହୁଙ୍କ ତତ୍ତ୍ଵlବଧାନରେ ଆୟୋଜିତ ହୋଇଥିଲା ।  ମେଳାରେ ମୂଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିନା ଥଇତ ଯୋଗ  ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଶିକ୍ଷାଧିକାରୀ ମୁକୁନ୍ଦ ମହରା, ତିଲେଇମାଲ ପଞ୍ଚାୟତ୍  ସରପଞ୍ଚ ସରୋଜିନୀ ମିଶ୍ର ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଶିକ୍ଷକ ଗଗନ ବେହେରା, ବରପାଲି ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ ବାରିକ, ସରକାରୀ ଉଚ୍ଚ ବିଦ୍ୟାଳୟ ତେଜଙ୍ଗ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମିଶ୍ର ବିଦ୍ୟାଳୟ ଚେୟlରମେନ ସଞ୍ଜୟ ବୁଦ୍ଧିଆ, ସରକାରୀ ପ୍ରାଥମିକ ବିଦ୍ୟାଳୟ ତୁଲଣ୍ଡି  ସହକାରୀ ଶିକ୍ଷକ ବାଳମକୁନ୍ଦ ଦୀପ ପ୍ରମୁଖ ଯୋଗ ଦେଇଥିଲେ। ବ୍ଳକ ଅଧ୍ଯକ୍ଷା ଶ୍ରୀମତି ଥଇତ ଆନୁଷ୍ଠାନିକ ଭାବେ ମେଳା କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ଅତିଥି ମାନେ ମେଳାରେ ପ୍ରଦର୍ଶିତ ପଠନ ସାମଗ୍ରୀ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବ୍ଲକ ଶିକ୍ଷାଧିକାରୀ ମାହାରା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଉଦ୍ଦେଶ୍ୟ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ତେଜଙ୍ଗ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିଶ୍ର ଅଭିଭାବକ ମାନଙ୍କୁ ନିପୁଣ ମେଳାର ଶପଥ ପାଠ କରାଇଥିଲେ । ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ବେହେରା ନିପୁଣ ମେଳାର ଉଦ୍ୟେଶକୁ ପୂରଣ କରିବା ପାଇଁ ଅଭିଭାବକମାନଙ୍କର ସହଯୋଗର ଆବଶ୍ୟକତା ଅଛି ବୋଲି ବକ୍ତବ୍ୟ ପ୍ରତିପାଦନ କରିଥିଲେ। ପରେ ଶିକ୍ଷକ ବାଲମକୁନ୍ଦ  ପଠନ ସାମଗ୍ରୀକୁ ନେଇ ନିଜସ୍ବ ରଚିତ ଏକ ଗୀତ ଶିକ୍ଷା ପ୍ରଦାନର ନମୁନା ଗାନ କରିଥିଲେ।  ବିଦ୍ୟାଳୟର ୧୩୦ ଜଣ ଛାତ୍ରଛାତ୍ରୀ ଓ ୧୪ ଜଣ  ଏଫ୍‌ଏଲ୍‌ଏନ୍ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ସମସ୍ତ୍ ଶିକ୍ଷକ ମାନଙ୍କ ମଧ୍ୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦାମ ତାଣ୍ଡିଙ୍କ ପଠନ ସାମଗ୍ରୀ କୁ ବ୍ଲକ ସ୍ତରରେ ପ୍ରଦର୍ଶନ କରିବାକୁ ମନୋନିତ ହୋଇଅଛି। ରକ୍ସ୍ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟବ୍ରତ ତ୍ରୀପାଠୀ ସଭାପତିତ୍ବ କରିଥିଲା ବେଳେ ବସନ୍ତ କୁମାର ପଧାନ ମଞ୍ଚ ପରିଚାଳନା କରିଥିଲେ।ସରକାରୀ ଉଚ୍ଚ ପ୍ରାଥମିକ ବଦ୍ୟାଳୟ ବାନ୍ଦୁମୁଣ୍ଡା ର ସହକାରୀ ଶିକ୍ଷକ ରାଜୀବ ଲୋଚନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *