ଶୋଭନୀୟ ଶିକ୍ଷାଶ୍ରମର ୨୨ତମ ବାର୍ଷିକୋତ୍ସବ।

ସମ୍ବଲପୁର ;ତା-୩୧/୦୧(ବିଏମସି ଟିଭି ଓଡିଆ)

ସମ୍ବଲପୁର ପୁଟିବନ୍ଦ ଠାରେ ଥିବା ଶୋଭନୀୟ ଶିକ୍ଷାଶ୍ରମର ୨୨ ତମ ବାର୍ଷିକୋତ୍ସବ ଇତି ମଧ୍ୟ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରେବାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ପରିଚାଳିକା ଓ କାର୍ଯ୍ୟକାରୀ ସମ୍ପାଦିକା ବନଲତା ଦେବୀ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ମୁଖ୍ୟବକ୍ତା ଓ ମାନେଶ୍ଵର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ

ରମେଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଆନ୍ତର୍ଜାତୀୟ ଅଶୋଭନୀୟତା ନିରୋଧ ଆନ୍ଦୋଳନର ଅରୁନ୍ଧତୀ ଦେବୀ ଏଥିରେ ଅଧ୍ୟକ୍ଷତା କରିଥିଲେ।ସଭାରେ ଭାଗ୍ୟବତୀ ଦେବୀ ମଧ୍ୟ୍ୟ ମଞ୍ଚାସିନ ଥିଲେ। ଏହି ଅବସରରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସେବାଶ୍ରାମର ଅଧ୍ୟକ୍ଷ ଅକ୍ଷୟ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।


ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *