କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ।

ବୋଲଗଡ ;  ତା-୦୩/୦୨ (ବିଏମସି ଟିଭି ଓଡ଼ିଆ)

ଖୋର୍ଦ୍ଧାଜିଲ୍ଲା ବୋଲଗଡ଼ ଶିକ୍ଷାବ୍ଲକ ଆନ୍ତର୍ଗତ ନୂଆସାହି ସାଧନ କେନ୍ଦ୍ର   ସ୍ତରୀୟ  ନିପୁଣ ଓଡିଶା ମେଳା ସଂଯୋଜକ ଚନ୍ଦ୍ର ଶେଖର ନାୟକଙ୍କ ତତ୍ଵାବଧାନରେ ସୋମବାର ଦିନ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ମେଳାକୁ ମୁଖ୍ୟ ଅତିଥି ଭାବେ ବୋଲଗଡ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଯୋଗଦାନ କରି ଉଦ୍ଘାଟନ କରି ଉକ୍ତ ମେଳାର ତାତ୍ପର୍ଯ୍ୟ ସମ୍ପର୍କରେ
ସଭାରେ ଅବଗତ କରିଥିଲେ ।

ମୁଖ୍ୟବକ୍ତା ଭାବେ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଯୋଗ ଦେଇ ସରକାରଙ୍କର
ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ
ପାଇଁ ଏଭଳି କାର୍ଯ୍ୟକ୍ରମକୁ ଭୂୟଶୀ ପ୍ରସଂଶା କରିବା ସମେତ ଶିକ୍ଷଣ ସାମାଗ୍ରୀର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବୋଲଗଡ଼ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଞ୍ଜୁବାଳା ଷଡ଼ଙ୍ଗୀ ଓ ସରକାରୀ ପ୍ରାଥମିକବିଦ୍ୟାଳୟ ଖଙ୍ଗୁରିଆର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁବାଳା ବଳିୟାର ସିଂହ  ଓ ବୋଲଗଡସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଂପାଦକ ତଥା  ସାମ୍ବାଦିକ ବିଶ୍ବଜିତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ମାର୍ଗଦର୍ଶକ ଶିକ୍ଷକ ରୂପେ ରବୀନ୍ଦ୍ର କୁମାର ରାଉତରାୟ
ଓ ମାର୍ଗଦର୍ଶିକା ଶିକ୍ଷୟିତ୍ରୀ ରୂପେ ସୌଦାମିନୀ ପରିଡ଼ା, ସଂଯୁକ୍ତା ସାହୁ, ସୁଲୋଚନା ସେଠ, କୁମୁଦିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ଉକ୍ତ ମେଳାକୁ ସଫଳ କରିଥଲେ । ଏହି ମେଳାରେ ଆଠ ଗୋଟି ବିଦ୍ୟାଳୟର  ୮୦ଜଣ ବିଦ୍ୟାର୍ଥୀ ସମୁଦାୟରେ ଶହେ ସତାବନଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିଥିଲେ ।

କୁନିକୁନି ଛାତ୍ରଛାତ୍ରୀମାନେ  ନିପୁଣ ଓଡ଼ିଶୀ ସଂଗୀତ ଏବଂ ଅନ୍ୟାନ୍ୟ ଦେଶାତ୍ମବୋଧକ ସଂଗୀତ ଅଭିନୟ ସହ ଗାୟନ କରିଥିଲେ । ଏହା ସହିତ ଏକକ ଅଭିନୟ ଏବଂ ଏକକ ନୃତ୍ୟ ପରିବେଷଣ ମଧ୍ଯ  ଛାତ୍ର ଛାତ୍ରୀମାନେ କରିଥିଲେ ।  ପରିଶେଷରେ ଶିକ୍ଷକ ଚିତ୍ତ ରଞ୍ଜନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *