ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ,ରୋଗୀଣା ଡାକ୍ତର କରୁଛନ୍ତି ରୋଗୀସେବା।

ଗଜପତି ;ତା-୦୩/୦୨(ବିଏମସି ଟିଭି ଓଡ଼ିଆ)

ଗଜପତି ଜିଲ୍ଲାର ଆର .ଉଦୟଗିରି ବ୍ଲକ ଅଧିନସ୍ଥ  ରାମଗିରି ନୂତନ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକତଟସ୍ଥ ତିନି ଗୋଟି ବ୍ଲକ ର ୧୭ ଗୋଟି ପ୍ରାୟ ୬୦  ହଜାର   ଜନସାଧାରଣ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରନ୍ତି।  କିନ୍ତୁ କିଛିଦିନ ତଳେ ଏଠିକାର   ଡାକ୍ତର ବ୍ରଜରାଜ କର ନିଜ  ଦେହରବାମ ହାତରେ  ସାଲାଇନ ଲଗାଇ ରୋଗୀସେବା କରୁଥିବାର ଫୋଟୋ ଚିତ୍ର ଓ ଚଳନ୍ତି ଚିତ୍ର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି ଓ ଏହାର ପ୍ରତିକ୍ରିୟାରେ ଅଧିକାଂଶ ଲୋକ ଡାକ୍ତର ଙ୍କ କାର୍ଯ୍ୟକୁ ତାରିଫ ଓ  ପ୍ରଶଂସା କରୁଥିବାର ନଜରକୁ ଆସୁଛି।  କିନ୍ତୁ କିଛି ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ମନରେ ସନ୍ଦେ ହେ ଯେ ରୋଗୀଣା ଡାକ୍ତର କିଭଳି ରୋଗୀର ଚିକିତ୍ସା କରୁଛନ୍ତି ? ସେହି ଡାକ୍ତର ମହାଶୟଙ୍କୁ ଯେଉଁ ପ୍ରକାର ରୋଗ ହୋଇଛି କାଳେ ରୋଗ ସଂକ୍ରମଣ ହେବନିତ ?  ଡାକ୍ତର ଜଣକ ତାଙ୍କୁ ରୋଗହୋଇଥିବା କଥା ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛିନ୍ତି ତ ଯଦି ଜଣାଇଛନ୍ତି ତେବେ ରୋଗୀଣା ଡାକ୍ତର କୁ ଛୁଟି ନଦେଇ କେଉଁ ପରିସ୍ଥିତିରେ ରୋଗୀ ଚିକିତ୍ସା କରିବାକୁ ବାଧ୍ୟ କରାଯାଇଛି  ? ଏହା ଉପରିସ୍ଥ ଅଧିକାରୀଙ୍କ ବେପରୁଆ ମନଭାବ ନା କାର୍ଯ୍ୟରତ ଡାକ୍ତର ବାବୁଙ୍କ ବେଈମାନ ମନବୃତି  ।  ଓଡି଼ଶାର ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଉପଯୁକ୍ତ ତଦନ୍ତକାରୀ ଗଜପତି ଜିଲାର ରୋଗୀସେବାରେ ଉନ୍ନତି ଆଣିବାକୁ ଅଂଚଳ ବାସୀଙ୍କ ଦ୍ୱାରା ଦାବିହେଉଛି  ।

ଗଜପତି ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *