ହାତୀଆମ୍ବା ଆଶ୍ରମ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ମାଲକାନଗିରି ; ତା-୦୫/୦୨ (ବିଏମସି ଟିଭି ଓଡ଼ିଆ)

  ମାଲକାନଗିରି ଜ଼ିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ହାତୀଆମ୍ବା ଆଶ୍ରମ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆନନ୍ଦ ମଣ୍ଡଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି  ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମଞ୍ଜୁଳା ଶିଷା ,  ମୁଖ୍ୟ ବକ୍ତା ଭାବେ ତଥା ମଞ୍ଚ ପରିଚାଳକ ଭାବେ କେଏମଆରଏସ ବାଲିମେଳା ଅଧ୍ୟକ୍ଷ ଚିତ୍ତ ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।  

   ଏହି ବାର୍ଷିକ ପୁରଷ୍କାର ବିତରଣ ଉତ୍ସବରେ ସମ୍ମାନିତ ଅତିଥି ଭାବେ କୋରୁକୋଣ୍ଡା ଜନଜାତି ସମ୍ପ୍ରସାରଣ ଅଧିକାରୀ ପ୍ରିୟବ୍ରତ ଦଣ୍ଡପଟ  , ପଟେଲ ଆଶ୍ରମ ସ୍କୁଲର ଶିକ୍ଷକ ବାସୁଦେବ ମାଝୀ  , ମାରିବାଡା ଆଶ୍ରମ ସ୍କୁଲ ଶିକ୍ଷକ ସତ୍ୟବାନ ପାତ୍ର ,  ତୁମସାପଲ୍ଲୀ ଆଶ୍ରମ ସ୍କୁଲ ଶିକ୍ଷକ ରାମପ୍ରସାଦ ପଟ୍ଟନାୟକ , ପର୍କନମଲା ଆଶ୍ରମ ସ୍କୁଲ ଶିକ୍ଷକ  ଲଷ୍ମୀନାରାୟଣ ରଥ , ନନ୍ଦିନୀଗୁଡା ଆଶ୍ରମ ସ୍କୁଲ ଶିକ୍ଷକ  ଟି. ଈଶ୍ୱର ରାଓ ,  ରାସବେଡା ଆଶ୍ରମ ସ୍କୁଲ ଶିକ୍ଷକ ଅଭୟ କୁମାର ମହାନ୍ତି ଓ  ସ୍କୁଲ ପାରିଚାଳନା କମିଟି ସଭାପତି  ହରିବନ୍ଧୁ ହନ୍ତାଳ ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ୟତମ ଅତିଥି ଭାବେ  ସମାଜସେଵୀ ତଥା ଜିଲ୍ଲା ସାମ୍ବାଦିକ ହିମାଂଶୁ ଶେଖର ସ୍ୱାଇଁ  ଓ   ବିଦ୍ୟାଳୟ ର ଶିକ୍ଷକ  ବିନଦ ବିହାରୀ ପାତ୍ର, ଶିକ୍ଷୟିତ୍ରୀ ସ୍ନେହଲତା ମିଶ୍ର,  ସ୍ନେହମୟୀ ଭଳ, ବରିଷ୍ଠ ଶିକ୍ଷକ ଧୀରେନ କୁମାର ବେହେରା,  ଦୁର୍ଯ୍ୟୋଧନ କିର୍ଶନୀ, ନନ୍ଦନ କୁମାର ପଣ୍ଡା ଏବଂ ମେଟ୍ରୋନ  ସ୍ଵର୍ଣଲତା ପୃଷ୍ଟୀ  ଓ  ସମସ୍ତ ମଣ୍ଡଳ ସଂଯୋଜକ ମାନେ  ଉକ୍ତ କାର୍ଯ୍ୟକ୍ରମରେ ସାହାଯ୍ଯ ଓ ସହଯୋଗ କରିଥିଲେ ।

  ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରିତ ଅତିଥିମାନେ ସାଟିର୍ଫିକେଟ ଓ  ଟ୍ରଫି ପ୍ରଦାନ କରିଥିଲେ  । ଇତି ମଧ୍ୟରେ ତୃତୀୟ ଶ୍ରେଣୀ ର ଛାତ୍ରୀ କୁମାରୀ ତୁଳସୀ ପାଙ୍ଗି ସୁନ୍ଦର ନୃତ୍ୟ ପରିବେଷଣ କରି ଅତିଥି ମାନଙ୍କୁ ମନମୁଗ୍ଧ କରି ଥିଲେ ।

ମାଲକାନଗିରିରୁ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ବାଇଁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *