ମାତୃ ଓ ଶିଶୁ ଗୃହ କେବେ ହେବ କାର୍ଯ୍ୟକ୍ଷମ।

ନୟାଗଡ  ; ତା-୦୬/୦୨(ବିଏମସି ଟିଭି ଓଡ଼ିଆ)

ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ବିକାଶ ପାଇଁ ସରକାର ଅଣ୍ଟା ଭିଡ଼ିଥିବା ବେଳେ ବିକାଶ ପରିବର୍ତ୍ତେ ଅବସାନ ଆଡ଼କୁ ଗତି କରୁଛି ଦଶପଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର। ଏହି ସ୍ବାସ୍ଥ୍ୟ କେନ୍ଦ୍ର ରେ ମାତୃ ଓ ଶିଶୁ ଗୃହ ନିର୍ମାଣ ପାଇଁ ୨୦୧୫ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶପଲ୍ଲା ଗ୍ରସ୍ତ ଅବସରରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ ୮କୋଟି ଟଙ୍କା ବ୍ୟୟରେ ୪ମହଲା ବିଶିଷ୍ଟ କୋଠା ଘର ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା। କିନ୍ତୁ  ବିବାଦୀୟ ପରିସ୍ଥିତି ପରେ ପୁନର୍ବାର ଜାନୁଆରି ମାସ ୯ତାରିଖ ଦିନ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଦ୍ଵାରା ଭୂମି ପୂଜନ କାର୍ଯ୍ୟ କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ୧୦ବର୍ଷ ହୋଇଗଲା ହେଲେ ନିର୍ମାଣ କାର୍ଯ୍ୟ ସରିପାରିଲା ନାହିଁ। ଏଥିସହିତ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରତ୍ୟେକ ବିଭାଗର ଡାକ୍ତର ନଥିବା ବେଳେ ହଇରାଣ ହେଉଛନ୍ତି ଜନସାଧାରଣ। ଏବେ ଯେଉଁ ବିଭାଗର ଡାକ୍ତର ଅଛନ୍ତି ସେ ନିଜ ଇଚ୍ଛାରେ କାର୍ଯ୍ୟ କରିବା ସହିତ ରୋଗୀଙ୍କୁ ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରୁଛନ୍ତି।ଆଉ ଏମିତି କେତେ ଦିନ ରୋଗି ହଇରାଣ ହେବା ସହିତ ମାତୃ ଓ ଶିଶୁ ଗୃହ ର ନିର୍ମାଣ କାର୍ଯ୍ୟକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା।


ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *