ବୋଲଗଡ ଥାନା ତ୍ରିନାଥ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ ।

ବୋଲଗଡ ; ତା-୦୮/୦୨ (ବିଏମସି ଟିଭି ଓଡ଼ିଆ )

ବୋଲଗଡ ଥାନା ଆନୁକୁଲ୍ଯରେ  ଓ  ଭାରପ୍ରାପ୍ତ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ଏବଂ ଦ୍ୱିତୀୟ ପୋଲିସି ଅଧିକାରିଣୀ ଲିଲି ପାଢୀ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ଶନିବାର ଦିନ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ବାର୍ଷିକ ୩୮ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ।  ଏହି ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବରେ ମୁଖ୍ୟ କର୍ତ୍ତାଭାବେ ଭାରପ୍ରାପ୍ତ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ଯୋଗଦେଇଥିଲେ । 

ଏହି ଉତ୍ସବର ପ୍ରାରମ୍ଭରେ ବରିଷ୍ଠ ପୂଜକ ବସନ୍ତ ରଥଙ୍କ ଦ୍ୱାରା ଘଟ ସ୍ଥାପନ, କଳସ ସ୍ଥାପନ, ଶାଲା ପୂଜା, ବିଗ୍ରହ ପ୍ରତିଷ୍ଠା , ଗୋ ପୂଜା, ସୂର୍ଯ୍ୟ ପୂଜା ଇତ୍ୟାଦି ପୂଜା ପାଠ କରି ହୋମ ଯଜ୍ଞ କାର୍ଯ୍ୟ ସମ୍ପାଦାନ କରିଥିଲେ  ।  ଥାନାର ସମସ୍ତ ପୋଲିସ କର୍ମଚାରୀ, ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାମ୍ବାଦିକ ଓ ସମାଜ ସେବୀ ମାନେ ଏହି ବାର୍ଷିକ ଉତ୍ସବରେ ଯୋଗଦାନ କରି ସମସ୍ତଙ୍କ ମଙ୍ଗଳ କାମନା ନିମନ୍ତେ ପୂଜା ପାଠ ସହିତ ହୋମ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । 

ବୋଲଗଡ ଥାନା ସମେତ ବୋଲଗଡ ବ୍ଲକ ଅଞ୍ଚଳର ସମସ୍ତ ଜନସାଧାରଣ ମାନଙ୍କର ସୁସ୍ଥ ଓ ନିରୋଗ ଜୀବନ ଯାପନ କାମନା କରି ମୁଖ୍ୟ କର୍ତ୍ତା ସ୍ନିଗ୍ଧାମୟୀ ବରାଳ ହୋମ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ ।  ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ମନ୍ଦିରକୁ ବିଭିନ୍ନ ରଙ୍ଗ ବେରଙ୍ଗ ଆଲୋକରେ ସୁସଜ୍ଜିତ କରାଯାଇ ଜନସାଧାରଣମାନଙ୍କ ଖୁସି ନିମନ୍ତେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା  ।   ଏହାକୁ ବହୁ ଦର୍ଶକ ମନଭରି ଉପଭୋଗ କରିଥିଲେ  । 

ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ ସମସ୍ତଙ୍କ ମିଳିତ ସହଯୋଗରେ ପ୍ରତିବର୍ଷ ମହାଡ଼ମ୍ବର ସହକାରେ ପାଳିତ ହୋଇଆସୁଅଛି ।   ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବକୁ ବାଙ୍କୋଇ ଫାଣ୍ଡି ଅଧିକାରୀ ଦିଲ୍ଲିପ କୁମାର ସାହୁ, ସହକାରୀ ପୋଲିସ ଅଧିକାରୀ ପ୍ରସନ୍ନ ଦଳାଇ, ତୁଷାରକାନ୍ତି ନାୟକ, ମନୋଜ ପଣ୍ଡା  ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ।

ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *