ଆର.ଉଦୟଗିରି ; ତା-୦୮/୦୨ (ବିଏମସି ଟିଭି ଓଡ଼ିଆ)
ଗଜପତି ଜିଲ୍ଲା ଛେଳିଗଡ ଜଳପ୍ରକଳ୍ପ ସ୍ଥିତ ସ୍ଵତନ୍ତ୍ର ଭୂଆର୍ଜନ ତଥା ଥଇଥାନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଛେଳିଗଡ ବୁଡି ଅଞ୍ଚଳର ସମସ୍ତ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଗତକାଲି ମହେନ୍ଦ୍ରଗଡ ଠାରେ ଥିବା ଜଳପ୍ରକଳ୍ପ କାର୍ଯ୍ୟାଳୟ ଘେରାଓ କରିବା ସହ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଶାନ୍ତି ଶୃଙ୍ଖଳା ଭାବେ ପ୍ରତିବାଦ କରିଛନ୍ତି । କାରଣ ଜିଲ୍ଲାପାଳଙ୍କ ନିଁର୍ଧେଶ ଅନୁସାରେ ବୁଡି ଅଂଚଳର ସମ୍ପୂର୍ଣ ସର୍ଭେ କରିବା ପାଇଁ ପ୍ରକଳ୍ପ ର ଭୁଆର୍ଜନ ଅଧିକାରୀଙ୍କୁ ନିଁର୍ଧେଶ ଦେଇଥିଲେ । ଅଧିକାରୀମାନେ ସମସ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିଲେ । ତେବେ ବୁଡି ଅଂଚଳ ସଂଗ୍ରାମ ସମିତି ସଭାପତି ଚୈତନ୍ୟ ସାହୁ ଜଳପ୍ରକଳ୍ପ ଅଧିକାରୀଙ୍କୁ ବୁଡି ଅଂଚଳକୁ ନଯାଇ କିଭଳି ସର୍ବେ କଲ ବୋଲି ପଚାରିବାରୁ ଅଧିକାରୀ ଜଣକ ରାଗିଯାଇ ଅଫିସ ଛାଡି ପଳେଇଯାଇଥିଲେ । ଅଫିସରଙ୍କ ଏହି ଭଳି କାର୍ଯ୍ୟକଳାପକୁ ବିରୋଧ କାରୀ ବୁଡ଼ୀ ଅଞ୍ଚଳର ସମସ୍ତ ଲୋକେ ଅଫିସ ଘେରାଓ କରିବା ସହ ଅଫିସ ତାଲା ପକାଇଦେଇଥିଲେ । ତେବେ ପରଦିନ ଆର -ଉଦୟଗିରି ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ, ଓ ଏସଡ଼ିପିଓ, ଜଳପ୍ରକଳ୍ପର ସମସ୍ତ ଅଧିକାରୀ, ଓ ବୁଡିଅଂଚଳର ସମସ୍ତ ଲୋକ ମିଳିତରେ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା । ପରେ କିଛିଦିନ ର ମହଲତ ପରେ ସମସ୍ତ ତଥ୍ୟ ର ସର୍ବେ କରାଯାଇ ତଥ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ପରେ ତାଲା ଖୋଲା ଯାଇଥିଲା ।
ଗଜପତିଜିଲ୍ଲା ଆର. ଉଦୟଗିରି ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।
