ଅଜଣା ଗାଡି ଧକ୍କାରେ ତିନି ମୃତ।

ମୟୂରଭଞ୍ଜ ; ତା-୦୮/୦୨(ବିଏମସି ଟିଭି ଓଡ଼ିଆ)

ମେଳା ବୁଲିବା ହେଲା କାଳ ଚାଲିଗଲା ଜୀବନ। ଫେରିବା ବାଟରେ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ତିନି ସାଙ୍ଗଙ୍କ ମୃତ୍ୟୁ ।ଏଭଳି ଏକ ହୃଦୟବିଦାରକ ଘଟଣା ସାନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରୁ । ଏକ ସଡ଼କ ଦୁର୍ଘଟଣାରେ ତିନିଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ ଧାତିକା ଗ୍ରାମର ବିପିନ ଦେଓ, ରବୀନ୍ଦ୍ର ଦେଓ ଏବଂ ବାଦଲ ନାଏକ ବାଘଡା ପଞ୍ଚାୟତର ସିଙ୍ଗଡା ଭୀମମେଳା ବୁଲି ଦେଖିବାକୁ ଏକ ବାଇକ ଯୋଗେ ଯାଇଥିଲେ । ତେବେ ଅପରାହ୍ନ ପ୍ରାୟ ୫.୩୦ ମିନିଟ ସମୟରେ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଡ଼ିମିଆ ଗାଁ ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ତିନିଜଣ ବାଇକରୁ ଛିଟିକି ପଡିଥିଲେ ଏବଂ ଉକ୍ତ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ବୋଲି କହିଛନ୍ତି ଶୁଳିଆପଦା ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା । ତେବେ ଘଟଣାସ୍ଥଳରେ ଥାନା ଅଧିକାରୀ ଜେନା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାକୁନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ସେହିପରି ଏକସାଙ୍ଗରେ ତିନି ଯୁବକଙ୍କ ମୃତ୍ୟୁ ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ହସ୍ତକ୍ଷେପ କରି ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *