ବେଲପାହାଡ ମଚାନ୍ ଉତ୍ସବରେ ରତ୍ନ କବି ସମ୍ମିଳନୀ ଅନୁଷ୍ଠିତ।

ସମ୍ବଲପୁର ;ତା-୧୦/୦୨(ବିଏମସି ଟିଭି ଓଡିଆ)

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଠାରେ ଅନୁଷ୍ଠିତ ସାଂସ୍କୃତିକ ଉତ୍ସବ ମଚାନ୍ ର ଉଦ୍‌ଯାପନ ଦିବସରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଓ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗଦେଇ ଝାରସୁଗୁଡ଼ା ଜିଲ୍ଲା ତଥା ଦେଶର ପରିବେଶ ସୁରକ୍ଷା ଓ ଉନ୍ନତି ପାଇଁ କବି କୂଳ ଲେଖନୀ ଧାରଣ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟତମ ଅତିଥି ବିଶିଷ୍ଟ କବି ଗୌନ୍ତିଆ ଜମିଉଲ୍ଲା ସମସ୍ତ କବିଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । କବି ବସନ୍ତ କୁମାର ନାଥ ପଠୀତ କବିତା ଗୁଡ଼ିକ ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ମଚାନ୍‌ର ସମ୍ପାଦକ ପ୍ରମୋଦ ସେନାପତି ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରହଲ୍ଲାଦ ସେଠ୍ଙ୍କ କହଁର , ମୀନ କେତନ ମିଶ୍ର ଙ୍କ ଆଲୋ ମିତ ଗାଏ ମା ଗୀତ ଶୀର୍ଷକ ତିନୋଟି ପୁସ୍ତକ କୁ ଅତିଥି ଗଣ ଉନ୍ମୋଚନ କରିଥିଲେ । କବିତା ପାଠୋତ୍ସବକୁ ଅଧ୍ୟାପିକା ସଂଯୁକ୍ତା ହୋତା ଓ ମିନତି ମହାପାତ୍ର ସଂଯୋଜନା କରିଥିଲେ । ସମଗ୍ର କାର୍ଯ୍ୟକ୍ରମ କୁ ଉପସଭାପତି ଅଧ୍ୟାପକ ଶ୍ରୀକର ଭୋଇ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *