ଛତିଆ ସମାଜସେବୀ ସଙ୍ଗଠନ ର ତୃତୀୟ ବାର୍ଷିକ ଉତ୍ସବ ପାଳନ ଅବସର ରେ ଜନ ମଙ୍ଗଳ(ରାସୋଳ) ହେଲା ସମ୍ବର୍ଦ୍ଧିତ।

ଢେଙ୍କାନାଳ ; ତା-୧୩/୦୨(ବିଏମସି ଟିଭି ଓଡ଼ିଆ)

ଗୁରୁ ବାର ଦିନ କୁମ୍ଭେଇ,ଛତିଆ,ଯାଜପୁର ଠାରେ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ୍ ଥିବା ଛତିଆ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଛତିଆ ସମାଜସେବୀ ସଙ୍ଗଠନ ତରଫରୁ ସଂଗଠନ ସଭାପତି ସୌମ୍ୟରଂଜନ ବେହେରା ଙ୍କର ସଭାପତିତ୍ବ ରେ ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ବର୍ଣ୍ଣାଢ଼୍ୟ ପରିବେଶ ଭିତରେ ପାଳିତ ହୋଇ ଯାଇଛି।ଅତିଥି ମାନଙ୍କ ଦ୍ଵାରା ଦ୍ବୀପ ପ୍ରଜ୍ଵଳନ ପୂର୍ବକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆରାଧନା ପରେ ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ୍ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।

ନୃତ୍ୟ ଓ ସ୍ବାଗତ ସଂଗୀତ ମାଧ୍ୟମ ରେ ଅତିଥି ମାନଙ୍କୁ ସ୍ବାଗତ କରିବା ଅତିଥି ମାନଙ୍କ ର ସମାଜସେବା ଧର୍ମୀ ଉଛ୍ଵୋସିତ ବକ୍ତବ୍ୟ ଉପସ୍ଥିତ ପ୍ରତିଟି ସେବାକାରୀ ଭାଇ ଭଉଣୀ ମାନଙ୍କୁ ସମାଜ ସେବା ଦିଗରେ ପ୍ରେରଣା ଯୋଗାଇଥିଲା। ଇତ୍ୟ ଅବସର ରେ ସଙ୍ଗଠନ ତରଫରୁ ବହୁବିଧ ସେବା ପ୍ରଦାନ ପୂର୍ବକ ମାଗଣା ଚକ୍ଷୁ ଚିକିତ୍ସା ଶିବିର,ମାଗଣା ଔଷଧ ପ୍ରଦାନ,ନୂତନ ଓ ବ୍ୟବହାର ଯୋଗ୍ୟ ବସ୍ତ୍ର ବଣ୍ଟନ, ଉପସ୍ଥିତ ଆବାଳ ବୃଦ୍ଧ ବନିତା ତଥା ସମାଜସେଵୀ ଭାଇ ଭଉଣୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆଦି ସେବା କାର୍ଯ୍ୟ ଚାଲୁଥିଵା ବେଳେ ପ୍ରୟାସ ଆମର ସହଯୋଗ ଆପଣଙ୍କର ବୋଲି ସଂଗଠନ ତରଫରୁ ଆହ୍ବାନ ଦିଆଯାଇଛି।

ସମାଜ ସେବା କୁ ସମ୍ମାନ ଜଣାଇ ରାଜ୍ୟ ର କୋଣ ଅନୁକୋଣରୁ ଆସି ଥିବା ଶତାଧିକ ସାମାଜିକ କର୍ମୀ, ଅନୁଷ୍ଠାନ,ସାମ୍ବାଦିକ ଭାଇ ଭଉଣୀ ମାନଙ୍କୁ ନିଃସ୍ଵାର୍ଥପର ନିଃସ୍ଵାର୍ଥପର ସେବା ସମ୍ମାନ ରେ ସମ୍ବର୍ଦ୍ଧିତ ପୂର୍ବକ,ମାନପତ୍ର,ଉତ୍ତରୀୟ ତଥା ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇ ଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା, ହିନ୍ଦୋଳ ବ୍ଲକ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ କୁ ମଧ୍ୟ ସମ୍ମାନିତ କରାଯିବା ସହିତ ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କୁ ବ୍ୟକ୍ତିଗତ ଭାବେ ସମ୍ବର୍ଦ୍ଧିତ କରାଯାଇଛି।ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ,ସଭାନେତ୍ରୀ ନିରୁପମା ମିଶ୍ର,ଉପସଭାନେତ୍ରୀ ଶ୍ରୀମତି ପ୍ରତିମା ପାଲ୍ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ସେବା ସମ୍ମାନ ସମ୍ବର୍ଦ୍ଧନା ପତ୍ର,ଉତ୍ତରୀୟ,ପୁଷ୍ପଗୁଚ୍ଛ ପ୍ରାପ୍ତ କରିଵା ସହିତ ମଧ୍ୟାହ୍ନ ଭୋଜନ ରେ ଆପ୍ୟାୟିତ ହୋଇଥିଲେ।ମଞ୍ଚ ପରିଚାଳକ ଭାଵେ ସନ୍ତୋଷ ପ୍ରଧାନ ମୂଖ୍ୟ ଦାୟିତ୍ୱ ନେଇ ଥିବା ବେଳେ ସମସ୍ତ କର୍ମକର୍ତ୍ତା ମାନଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଯୋଗ ରେ ସେବା କାର୍ଯ୍ୟ ଓ ବାର୍ଷିକ ଉତ୍ସବ ସଫଳତା ର ସହ ପାଳିତ ହୋଇ ଯାଇଛି।

ଏତାଦୃଶ ସମ୍ମାନ ଜନ୍ମଭୁମି ରାସୋଳ ମାଆ ମାଟିର ସମ୍ମାନ କୁ ବହୁଗୁଣିତ କରି ଥିବା ବେଳେ “ମୋ ଗାଁ ମୋ ସମ୍ମାନ ଆହ୍ବାନ” ର ପ୍ରତିଦାନ ଵୋଲି ଜନମଙ୍ଗଳ ରାସୋଳ ସଂଗଠନ ର ପ୍ରତିଷ୍ଠାତା ତଥା ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ ସଚେତକ  ବିଭୁ ପ୍ରସାଦ ଶତପଥୀ ଦୃଢୋକ୍ତି ପ୍ରଦାନ କରିବା ସହିତ ।ଆୟୋଜକ ଅନୁଷ୍ଠାନର ସମସ୍ତ ସେବକ ସେଵିକା ଭାଇ ଭଉଣୀ ମାନଙ୍କର ସହଯୋଗ ପୂର୍ଣ୍ଣ ଉତ୍ସବ ପରିଚାଳନା ତଥା ସୁନ୍ଦର ଵ୍ୟଵହାର ରେ ଏତାଦୃଶ ନିଆରା ବାର୍ଷିକ ଉତ୍ସବ ପାଳନ ଅବସର ରେ ରାଜ୍ୟବ୍ୟାପୀ ଅନୁଷ୍ଠାନ ତଥା ସମାଜସେବୀ ମାନେ ନିଜର ଖୁସି ଜାହିର କରିବା ସହିତ ଛତିଆ ସମାଜସେବୀ ସଙ୍ଗଠନ ର ଉତ୍ତରୋତ୍ତର ଉନ୍ନତି କାମନା ପୂର୍ବକ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ।ମୋ ଗାଁ ମୋ ସମ୍ମାନ ଓଡ଼ିଶା ଆହ୍ଵାନ ର ରାଜ୍ୟ ଆବାହକ ପ୍ରଭାତ କୁମାର ବାରିକ ଏତାଦୃଶ ସମ୍ମାନ ତଥା ଆୟୋଜକ ଅନୁଷ୍ଠାନର ସେବା କାର୍ଯ୍ୟ ପାଇଁ ଭୁୟସୀ ପ୍ରଶଂସା କରିଥିଲେ।

ଢେଙ୍କାନାଳ ରୁ ବିଭୁ ପ୍ରସାଦ ସତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *