ବୋଲଗଡ଼ ; ତା-୧୩/୦୨ (ବିଏମସି ଟିଭି ଓଡ଼ିଆ)
ବୋଲଗଡ଼ ବ୍ଲକ ଅନ୍ତର୍ଗତ ଫାସିଓଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧିଙ୍କର ଗୁରୁବାର ଅପରାହ୍ନରେ ଦେହାନ୍ତ ଘଟିଛି। ଘଟଣାକ୍ରମେ ପୂର୍ବତନ ସରପଞ୍ଚ ଅନୁପମା ପରିଡାଙ୍କ ସ୍ୱାମୀ ତଥା ଭୀମପଡା ନିକଟସ୍ଥ ଟାଙ୍ଗିସାହି ଗ୍ରାମର ୩୨ଘରିଆସାହିର ଦୃଢ଼ କଂଗ୍ରେସ ସମର୍ଥକ ସନାତନ ପରିଡାଙ୍କ ମଧ୍ୟମ ପୁତ୍ର ଲଡୁ କିଶୋର ପରିଡ଼ା(୬୦)ବର୍ଷ ବୟସରେ ପରଲୋକ ଘଟିଛି।

ସେ ମଧୁମେହ ରୋଗରେ ଆକ୍ରାନ୍ତ ଥାଇ କିଛିଦିନ ହେବ ଦୁଃସାଧ୍ୟ କିଡ୍ଡୀନ ଜନିତ ରୋଗରେ ପୀଡିତ ଥିଲେ। ସେ ମାରାତ୍ମକ କିଡ୍ଡୀନ ଜନିତରେ ପୀଡିତ ଥାଇ ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲରେ ଚିକିତ୍ସିତ ଥିଲେ। ପରେ ସେ ମେଡ଼ିକାଲରୁ ଫେରି ଘରେ ଶଯ୍ୟାଶାୟୀ ଥିଲେ। ତେବେ ତାଙ୍କର ଦେହାନ୍ତ ଘଟିବାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରଥିଲେ। ସ୍ବର୍ଗତ ପରିଡାଙ୍କ ମର ଶରୀରକୁ ଗ୍ରାମ୍ୟ ପରିକ୍ରମା କରାଯାଇ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇ ଥିଲା। ତାଙ୍କର ଏକ ମାତ୍ର ପୁତ୍ର ଚିଙ୍କନ ମୁଖାଗ୍ନି ଦେଇଥିଲେ।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ ରୁ ରୁଦ୍ର ମାଧବ ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।
ଶୋକ ସମ୍ବାଦ
