ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଉଦଯାପନୀ ଉତ୍ସବ ଅନୁଷ୍ଠିତ।

ମାଲକାନଗିରି /କୁଡୁମୁଲୁଗୁମ୍ମା, ତା-୧୧/୧୨ (ବିଏମସି ଟିଭି ଓଡ଼ିଆ)

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଉଦଘାଟନ ହୋଇଥିବା ବେଳେ ଆଜି ଉଦଯାପନ ହୋଇଯାଇଛି।ଉକ୍ତ ଉଦଯାପନୀ ଉତ୍ସବ ଚିତ୍ରକୋଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀଦେବୀ ସଭାପତିତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁ,ମୁଖ୍ୟବକ୍ତା ଭାବେ ହରିଶ ଚନ୍ଦ୍ର ପରିଡ଼ା,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ରାଉତ,କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଗଣ୍ଡ ପ୍ରମୁଖ ଅତିଥି ଭାବେ ମଞ୍ଚରେ ମଞ୍ଚାସିନ ଥିଲାବେଳେ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ସହିତ ଏକ ଗଛ ଓ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ପ୍ରଥମେ ଜଗତରନାଥ ଜଗନ୍ନାଥଙ୍କ ତୈଳଚିତ୍ର ନିକଟରେ ଧୂପକାଠି ଦେଇ ଦୀପ ପ୍ରଜ୍ୱଳନ ସହ ପୂଜା ଅର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ସମସ୍ତ ଅତିଥି ମାନେ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ଚିନ୍ତାଧାରାର ବିକାଶ, ପରିବେଷ ସୁରକ୍ଷା,ଦୈବୀକ କୃଷି ସମ୍ବନ୍ଧିତ ସଚେତନତା ବୃଦ୍ଧି କରିବା ନିମନ୍ତେ ଉପଦେଶ ପ୍ରଦାନ କରିବା ସହିତ ନୂତନ ଜ୍ଞାନ କୌଶଳକୁ ଆପଣାଇ ନିଜ ଦକ୍ଷତାକୁ ବିକାଶ କରିବା ନିମନ୍ତେ ଉତ୍ସାହ ଆବଶ୍ୟକତା ବୋଲ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।ଏହି ଅବସରରେ ୮ଟି ଷ୍ଟଲରେ ଜିଲ୍ଲାର ୭ଟି ବ୍ଲକରୁ ଆସିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ମୋଟ ୪୯ଟି ପ୍ରକଳ୍ପ ପଦର୍ଶନୀ କରିଥିବା ବେଳେ ଅତିଥି ମାନେ ପ୍ରକଳ୍ପ ଗୁଡ଼ିକର ପ୍ରଦର୍ଶନକରି ବିଚାରମଣ୍ଡଳୀଙ୍କ ଦ୍ୱାରା ମୂଲ୍ୟାୟନ କରାଯାଇ ୭ଜଣ କୃତି ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ରାଜ୍ୟ ସ୍ତର ପାଇଁ ବିବେଚିତ କରାଯାଇଥିଲା। ସେମାନେ ହେଲେ ଗନ୍ଧିପାଲ୍ଲୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନମ୍ରତା ନିହାରିକା, ମୁଣ୍ଡିଗୁଡ଼ା ସରକାରୀ ଉର୍ନ୍ନତି ଉଚ୍ଚ ବିଦ୍ୟାଳୟର ଏସ. ଜି ଚିରନଜିବି, ପେପରମେଟଲା ସରକାରୀ ଉର୍ନ୍ନତି ଉଚ୍ଚ ବିଦ୍ୟାଳୟର ଆରିୟା କୁମାର ଦେ, ଆରଏସସି ୬ ସରକାରୀ ଉର୍ନ୍ନତି ଉଚ୍ଚ ବିଦ୍ୟାଳୟର ଲଳିତା ଖିଲ,ବାଲିମେଳା ଉଚ୍ଚ ବିଦ୍ୟାଳୟର ଶୁଭମ କୁମାର ବେହେରା,ଏମଭି ୮୮ ଡ଼ଃ ଆମ୍ବେଦକର ଉଚ୍ଚ ବିଦ୍ୟାଳୟର ଆକାଶ ଦାସ ଓ ଆରଏସସି ୧୧ ସରକାରୀ ଉର୍ନ୍ନତି ଉଚ୍ଚ ବିଦ୍ୟାଳୟର ଜଗୁ ହନ୍ତାଳ। ଚୟନ ହୋଇଥିବା କୁନି ବୈଜ୍ଞାନିକ ମାନେ ଚଳିତ ମାସ ୧୮ ରୁ ୨୦ ତାରିଖରେ ବରଗଡ଼ ଜିଲ୍ଲାରେ ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ରେ ଅଂଶଗ୍ରହଣ କରିବେ। ବିଜ୍ଞାନ ଶିକ୍ଷକ ସନ୍ଦୀପ୍ତ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସୁଧାକର ନାୟକ,ନିର୍ମଳ ଦାସ,ନିରଞ୍ଜନ ପୂଜାରୀ,ବବିତା ରାଣୀ ସାହୁ,ଅର୍ଜୁନ ଗଡ଼ଙ୍ଗୀ,ନୀଳାନ୍ଦ୍ରି ଟାକ୍ରୀ,ସବିତା ଦାସ,ମାନସ ରଞ୍ଜନ ନାୟକ,ଜାନକୀ ହନ୍ତାଳ,ଜଗନ୍ନାଥ ହନ୍ତାଳ,ସଂଜୀବ କୁମାର ବୈଦ୍ୟ,ବିକ୍ରମ ମହାନ୍ତି ଓ କୁଡୁମୁଲୁଗୁମ୍ମା ସିଆରସିସି ଚିତ୍ତ ରଞ୍ଜନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *