ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ।

ମାଲକାନଗିରି ;ତା-୧୫/୦୨(ବିଏମସି ଟିଭି ଓଡ଼ିଆ)

ମାଲକାନଗିରି ସଦର ସ୍ଥିତ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମର ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏ.ଡି.ଏମ୍.(ଜେନେରାଲ୍) ସୋମନାଥ ପ୍ରଧାନ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ଜିଲ୍ଲା ମଙ୍ଗଳ ଅଧିକାରୀ, ମାଲକାନଗିରି ଏସ୍.ଶ୍ରୀନିବାସ୍ ଆଚାରୀ, ମାଥିଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ, ମାଲକାନଗିରି ବ୍ଲକ ଏ.ବି.ଇ.ଓ ଗୌରାଙ୍ଗ ସାଜ୍ଜନ ପ୍ରମୁଖ ଉପସ୍ଥିତ ରହି ନିପୁଣ ଓଡ଼ିଶା ମେଳା୨୦୨୫ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

ଉମା ପ୍ରସାଦ ଦାଶ, ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ମାଲକାନଗିରି ଏହି ସଭାରେ ସଭାପତିତ୍ୱ କରିଥିଲେ । ନିପୁଣ ଓଡ଼ିଶା ମେଳାର ବିଭିନ୍ନ କାର୍ଯ୍ୟକ୍ରମଗୁଡିକ ୧୧୦ଗୋଟି କ୍ଲଷ୍ଟର ସ୍ତରରେ ତା. ୨୮-୦୧-୨୫ରିଖରେ ଏବଂ ସାତଗୋଟି ବ୍ଲକ ସ୍ତରରେ ତା. ୦୫-୦୨-୨୫ରିଖରେ ଅନୁଷ୍ଠିତ କରାଯାଇ ବର୍ତ୍ତମାନ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ ଟି.ଏଲ୍.ଏମ୍.ପ୍ରଦର୍ଶନୀ ମେଳାର ଆୟୋଜନ କରାଯାଇଥିଲା । ମାଲକାନଗିରି ଜିଲ୍ଲାର ସାତୋଟି ଯାକ ବ୍ଲକରୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ଆଧାର କରି ପ୍ରାୟ ଦୁଇଶହରୁ ଉର୍ଦ୍ଧ ଟି.ଏଲ୍.ଏମ୍ ବିଭିନ୍ନ ଷ୍ଟଲ୍ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଗଳ୍ପ କଥନ, ସୃଜନାତ୍ମକ ଲିଖନ ଓ ଚିତ୍ର, କଣ୍ଢେଇ ଖେଳ, ଶବ୍ଦ ଖେଳ, ଗୀତ,ନାଚ, ଅଭିନୟ ଆଦିକୁ କିପରି ଟି.ଏଲ୍.ଏମ୍ ବ୍ୟବହାର କରି ଛାତ୍ର ଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରାଯାଇପାରିବ, ତାହା ସାଧନକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବୁଝାଇଥିଲେ । ଏକ ଗ୍ରୁପ ଆଲୋଚନା ଆୟୋଜନ କରାଯାଇଥିଲା, ଯେଉଁଥିରେ ଶିକ୍ଷା ଓ ଛାତ୍ର ଛାତ୍ରୀଙ୍କ ଶିକ୍ଷଣ ସ୍ତରର ଯେପରି ଅଧିକ ଉନ୍ନତି ହୋଇପାରିବ, ସେ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଜିଲ୍ଲା ସାଧନକର୍ମୀ ରାମକୃଷ୍ଣ ପାଢୀ, ବସନ୍ତ କୁମାର ରଣା, କାଳୁ ଚରଣ ମହାରଣା, ପ୍ରମୋଦ କୁମାର ବାରିକ, ଅଶୋକ ହାଲଦାର ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ। ଉଦ୍ ଯାପନୀ ଉତ୍ସବରେ ଡି.ଆଇ.ଇ.ଟି ଚିତ୍ରକୋଣ୍ଡାର ପ୍ରିନ୍ସିପାଲ୍ ମମତା ଝୋଡ଼ିଆ, ପିରାମାଲ ଫାଉଣ୍ଡେସନ୍ ର ଜିଲ୍ଲା କୋର୍ଡିନେଟର୍ ମହାଦେବ୍, ଏମ୍.ପି ନବରଙ୍ଗପୁରରିପ୍ରେଜେନଟେଟିଭ୍(ମ୍ୟୁନିସିପାଲଟି ପ୍ରତିନିଧି) ବିଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ତଳସାହି ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମପ୍ରସାଦ ପାଢୀ ସମଗ୍ର କାର୍ଯ୍ୟକ୍ରମର ପରିଚାଳନ କରିଥିଲେ ଓ ସର୍ବଶେଷରେ ସମଗ୍ର ଶିକ୍ଷା, ମାଲକାନଗିରି, ଶୈକ୍ଷିକ ସଂଯୋଜକ ଶେଷ ଶଙ୍କର ମହାଳିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *