ମା ମଣୀନାଗ ଶକ୍ତିପୀଠ ରେ ବିଜୟା ଏକାଦଶୀ ଓ ବାର୍ଷିକ ଉତ୍ସବ ପାଳିତ ।

ନୟାଗଡ  ;ତା-୨୩/୦୨(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା ମଣୀନାଗ ଠାକୁରାଣୀଙ୍କ ର ବାର୍ଷିକ ଉତ୍ସବ ଓ ବିଜୟା ଏକାଦଶୀ ଉଭୟ ବୈଦିକ ଓ ଆଦିବାସୀ ପରମ୍ପରା ଅନୁସାରେ ଫାଲଗୁନ ମାସ କୃଷ୍ଣପକ୍ଷ ନବମୀ, ଦଶମୀ ଓ ଏକାଦଶୀ ତିନିଦିନ ଧରି ମହା ସମାରୋହରେ  ବୁଗୁଡା ଗ୍ରାମସ୍ଥ ମୂଳ ଶକ୍ତିପୀଠ ଓ ବୁଗୁଡା କଲୋନୀ ଶକ୍ତିପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି  । ନବମୀ ତିଥିରେ ବ୍ରାହ୍ମ ମୂହୁର୍ତ୍ତରେ କଳସଯାତ୍ରା ପରେ ବେଦଜ୍ଞ ବ୍ରାହ୍ମଣ ମାନଙ୍କ ଦ୍ବାରା , ବୈଦିକ ମତେ ମହାଶକ୍ତି ହୋମ ଓ ଅଖଣ୍ଡ ନାମ ସଂକିର୍ତ୍ତନ ଅନୁଷ୍ଠିତ ହୋଇଥିଲା  । ଉତ୍ସବର ଦିତୀୟ ଦିବସରେ, ହଜାର ହଜାର ଆଦିବାସୀ ପାରଂପାରିକ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ, ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ରେ ବିରାଜିତା, ଅଭୟ ବରଦାୟିନୀ ମା ମଣୀନାଗ ଠାକୁରାଣୀ କଂ ଆଦିପୀଠ  ପାହାଡ ମଣୀନାଗ ଠାରେ ନବଶକ୍ତି ହୋମ ପରେ ,ଏକ ବିରାଟ ପଟୁଆର ରେ ବୁଗୁଡା କଲୋନୀ ସ୍ଥିତ ଶକ୍ତିପୀଠ କୁ ଆସିବା ପରେ , ଆଦିବାସୀ ପରଂପରା କ୍ରମେ ପୂଜାର୍ଚ୍ଚନା ହୋଇଥିଲା । ତୃତୀୟ ଦିବସରେ ଯଥାବିଧି ବିଜୟା ଏକାଦଶୀ ପାଳିତ ହେବାପାଇଁ ଯୋଜନା ରହିଛି। ପ୍ରତିବର୍ଷ ଏହି ପୂଜା ଉତ୍ସବରେ ଦଶପଲ୍ଲା ପଶ୍ଚିମାଞ୍ଚଳର ହଜାର  ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦେଇ ମାତୃକୃପା ଲାଭ କରିଥାନ୍ତି ।  ପ୍ରତ୍ୟେକ ରାତ୍ରରେ ମଂଚସ୍ଥ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିବା ବେଳେ, ସର୍ବଶ୍ରୀ ନିତ୍ୟାନନ୍ଦ ପ୍ରଧାନ, ନିରଂଜନ ରାଉଳ, ପ୍ରମୋଦ ଜାନୀ , ଗୋରେଖ କହଁର ,ମୁନା ନାୟକ ,ବାନାମ୍ବର ନାଏଖ , ପ୍ରମୂଖ ଙ୍କ ଦ୍ୱାରା ପୂଜା ମହୋତ୍ସବ କାର୍ଯ୍ଯ ପରିଚାଳନା ହୋଇଥିଲା।


ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *