ନୟାଗଡ ; ତା-୨୩/୦୨(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ପଞ୍ଚାୟତ ଅଧିନସ୍ଥ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ କବି ଭକ୍ତ ଚରଣ ଦାଶ ଙ୍କ ଉଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। “ମଥୁରା ମଙ୍ଗଳ” ର ରଚୟିତା କବି ଭକ୍ତ ଚରଣ ଦାଶ ଙ୍କ ସାଧନା ପୀଠ ଗୋପୀନାଥ ଜୀଉ ମନ୍ଦିର ବିଷୟ ରେ ଆଲୋକପାତ ହୋଇଅଛି। କବି ଭକ୍ତ ଚରଣ ଦାଶ ଏହି ଗୋପୀନାଥ ଜୀଉ ମନ୍ଦିର ର ପ୍ରତିଷ୍ଠାତା ବୋଲି ଜଣାଯାଏ।

ଏଠି ସାଧନା ପୂର୍ବକ ସେ ମଥୁରା ମଙ୍ଗଳ ର ରଚନା କରିଥିଲେ। କାଳକ୍ରମେ ଏହି ଗାଥା ଇତିହାସ ପୃଷ୍ଠାରୁ ଉଭାନ ହୋଇଯାଉଥିବା ବିଦ୍ୱାନ ଗୁଣି ଲୋକ ମତ କରିଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଶାସନିକ ସେବାର ଅତିରିକ୍ତ ଶାସନ ସଚିବ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନନ୍ଦିଘୋଷ ଟିଭି ର ମୁଖ୍ୟ ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର ଯୋଗ ଦେଇଥିଲେ।

ମୁଖ୍ୟଵକ୍ତା ଭାବେ ସଂସ୍କୃତି ବିଭାଗ ର ଗବେଷକ ଓ ପ୍ରବକ୍ତା ଭାବେ ପରିଚିତ ଡ.କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦାନ କରିଥିଲେ। ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ସଭାଟିକୁ ଉଦଘାଟନ କରିଥିଲେ ଓ ନିଜ ନିଜ ର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। କବି ଭକ୍ତ ଚରଣ ଦାସ କମିଟି ର ସଭାପତି ଡ.ମାଧବ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

ଡ. ମାଧବ ଚନ୍ଦ୍ର ମିଶ୍ର ଭକ୍ତ ଚରଣ ଓ ଗୌଡ଼ମଠ ର ଇତିହାସ ଉପରେ ଆଲୋକ ପାତ କରିଥିଲେ। ମଧ୍ୟଖଣ୍ଡ ଗ୍ରାମର ଛୋଟ ବଡ କଳାକାର ନିଜ ନିଜର କଳାର ଝଲକ ଦେଖାଇଥିଲେ। ଲଷ୍ମୀଧର ମହାରଣା ସମସ୍ତ ସଂଯୋଜନା କରିଥିଲେ। ଗ୍ରାମର ଜନସାଧାରଣ ଓ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।