ରେଡ ଷ୍ଟାର କ୍ଲବ ଆୟୋଜିତ କ୍ରିକେଟ ଖେଳର ଫାଇନାଲ ମ୍ୟାଚ ।

ଦଶପଲ୍ଲା ; ତା-୨୪/୦୨ ( ବିଏମସି ଟିଭିଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ରେଡ ଷ୍ଟାର କ୍ଲବ ଆନୁକୂଲ୍ୟରେ କ୍ରିକେଟ ମ୍ୟାଚ ର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଏହି କ୍ଲବ ପକ୍ଷରୁ ଆୟୋଜିତ କ୍ରିକେଟ ମ୍ୟାଚ ଦୀର୍ଘ ୨୦ ଦିନ ଧରି ଆରମ୍ଭ ହୋଇଥିଲା। ୧୬ ଓଭର ବିଶିଷ୍ଟ ଏହି ମ୍ୟାଚ ଗୁଡିକ ଅତ୍ୟନ୍ତ ସୁରୁଖୁରୁରେ ସମ୍ପର୍ଣ ହୋଇଥିବା ବେଳେ ରବିବାର ଦିନ ଏହାର ଫାଇନାଲ ଖେଳ ବଡ଼ ଧୂମଧାମ ରେ ପାଳିତ ହୋଇଯାଇଛି।

ଫାଇନାଲ ଖେଳ ଟି ଢୋଲମରା ଓ ହରିଡ଼ାବାଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚ ରେଫରୀ ଭାବେ ସୁଶାନ୍ତ କୁମାର ସାହୁ ଉପସ୍ଥିତ ଥିବା ବେଳେ ଆମ୍ପେୟାର ଭାବେ ଓ ପ୍ରମୋଦ ମହାରଣା ନିଜର ଦକ୍ଷତା ଦେଖାଇ ଥିଲେ। ତେବେ ଏହି ଫାଇନାଲ ମ୍ୟାଚ ର ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେବାର ଥିବା ବେଳେ ସମୟ ର ଅଭାବ ରୁ ବିଧାୟକ ବିଳମ୍ବ ରେ ପହଂଚି ଥିଲେଓ ଖେଳ ପଡିଆ ଠାରେ ଗୋଷ୍ଠୀ ଗୃହ ନିର୍ମାଣ ନିମନ୍ତେ ଦେଇଥିବା ଅନୁଦାନ ର ଫଳକ ଉନ୍ମୋଚନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ,୧୧ନଂ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଦିଲ୍ଲୀପ କୁମାର ବେହେରା, ରେଡ ଷ୍ଟାର କମିଟି ର ସଭାପତି କୃପାସିନ୍ଧୁ ସାହୁ, ସମ୍ପାଦକ ସୁଶାନ୍ତ କୁମାର ପଣ୍ଡା ମଧ୍ୟ୍ୟ ଉପସ୍ଥିତ ଥିଲେ। ସହ ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ(ବାବୁ ), କୋଷାଧକ୍ଷ ଦୁର୍ୟୋଧନ ବାରିକି (ବିଜା ) ଙ୍କ ସମ୍ପୂର୍ଣ ସାହାଯ୍ୟ ଓ ସହଯୋଗ ରେ ହୋଇଥିବା ବେଳେ କ୍ଲବ ର ସମସ୍ତ ସଦସ୍ୟ ଅକ୍ଲାନ୍ତ ପରିଶ୍ରମ କରି ଖେଳ କୁ ଆଗେଇ ନେଇଥିବାର ସୂଚନା ମିଳିଛି।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା  ।

Leave a Reply

Your email address will not be published. Required fields are marked *