ଶିକ୍ଷା ବିକାଶର ଚାବିକାଠି ଓ ଜୀବନର ମାନଦଣ୍ଡ । ଗୁଣାତ୍ମକ ଶିକ୍ଷା ସୁସ୍ଥ ସମାଜ ଗଠନ କରିଥାଏ।

ବୋଲଗଡ଼; ତା-୨୪/୦୨ (ବିଏମସି ଟିଭି ଓଡ଼ିଆ)    

   
ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ପିଚୁକୁଳି ସ୍ଥିତ ବୀଣାପାଣି ବିଦ୍ୟାମନ୍ଦିର ଆନୁକୁଲ୍ୟରେ ଏକ ବିଂଶତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ଶିକ୍ଷା ଅନୁଷ୍ଠାନର ସମ୍ପାଦକ ପାଣ୍ଡବ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଯୁବ ସମାଜସେବୀ ମାନସ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ଲକ୍ଷ୍ମଣ ବରାଡ଼, ସ୍ଵତନ୍ତ୍ର ଅତିଥି ଭାବେ ବିନୋଦପଡ଼ା ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପ୍ରାଣ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ରିକ୍ ରାଣୀ ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବେ ଅସରଲା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶୁଭଲକ୍ଷ୍ମୀ ସୁନ୍ଦରାୟ , ସମାଜସେବୀ ରବୀନ୍ଦ୍ରନାଥ ପାଣ୍ଡେ ପ୍ରମୁଖ ଯୋଗ ଦେଇ ମା’ସରସ୍ଵତୀଙ୍କ ଫଟୋଚିତ୍ରରେ ଫୁଲ ଚନ୍ଦନ, ଧୂପଦୀପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବକୁ ଶୁଭ ଉଦ୍ଘାଟନ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁମା ସୁନିତା ସାହୁ, ଭାରତୀ ଜଗଦ୍ଦେବ , ରୀତାଞ୍ଜଳୀ ସାମନ୍ତରାୟ , ସଶ୍ମିତା ପାଇକରାୟ , ଝରଣା ବଳବନ୍ତରାୟ ପ୍ରମୁଖ ମିଳିତ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିବା ସଙ୍ଗେ ସଙ୍ଗେ ବେଦ ପାଠ କରିଥିଲେ । ସଭାପତି ପାଣ୍ଡବ ସାହୁ ସ୍ୱାଗତ୍ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ଯା ପ୍ରମୋଦିନୀ ମହାପାତ୍ର ବିଦ୍ୟାମନ୍ଦିରର ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାମନ୍ଦିରର ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ପ୍ରମାଣ ପତ୍ର ଓ ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଗୁରୁମା ବିନୋଦିନୀ ସାହୁ , ନିବେଦିତା ମହାପାତ୍ର , ଭାରତୀ ଜଗଦ୍ଦେବ ପ୍ରମୁଖ ସଂଯୋଜନା କରିଥିଲେ ।

ବୀଣାପାଣି ବିଦ୍ୟାମନ୍ଦିର ତରଫରୁ ବରିଷ୍ଠ ଯୁବ ସମାଜସେବୀ ମାନସ କୁମାର ବେହେରା, ବରିଷ୍ଠ ଶିକ୍ଷାବିତ୍ ରିକ୍ ରାଣୀ ପଟ୍ଟନାୟକ ଓ ସରପଞ୍ଚ ଶୁଭଲକ୍ଷ୍ମୀ ସୁନ୍ଦରାୟ ପ୍ରମୁଖ ଙ୍କୁ ମୁଖ୍ଯ ବକ୍ତା ଲକ୍ଷ୍ମଣ ବରାଡ଼ ମାନପତ୍ର , ଉତ୍ତରୀୟ ଓ ଫୁଲ ତୋଡ଼ା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷା ବିକାଶର ଚାବିକାଠି ଓ ଜୀବନର ମାନଦଣ୍ଡ ହୋଇଥିବାରୁ ଗୁରୁଜୀଗୁରୁମା’ ମାନଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଗୁଣାତ୍ମକ ଶିକ୍ଷାକୁ ଗ୍ରହଣ କରି ଭଲ ନାଗରିକ ହେବା ପାଇଁ ମୁଖ୍ୟ ଅତିଥି ମାନସ କୁମାର ବେହେରା ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ଉତ୍ତମ ଚରିତ୍ରବାନ ହେବା ପାଇଁ ଶିକ୍ଷା ସହିତ ସାମାଜିକ ସଂସ୍କାର ଧର୍ମୀ ହେବା ପାଇଁ ସ୍ଵତନ୍ତ୍ର ଅତିଥି ଅଧ୍ୟକ୍ଷା ରିକ୍ ରାଣୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ । ଆଦର୍ଶ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦ୍ଵାରା ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ସମ୍ମାନୀତ ଅତିଥି ଶୁଭଲକ୍ଷ୍ମୀ ସୁନ୍ଦରାୟ ସୂଚନା ପ୍ରଦାନ କରିଥିଲେ । ପିତାମାତା ସେମାନଙ୍କର ପିଲାମାନଙ୍କୁ ମୋବାଇଲ ଫୋନ ନ ଦେଇ ନିଜେ ଘରେ ବସି ପାଠ ପଢାଇଲେ ପିଲାମାନେ ଭଲ ମଣିଷ ହୋଇପାରିବେ ବୋଲି ମୁଖ୍ୟବକ୍ତା ଲକ୍ଷଣ ବରାଡ଼ କହିଥିଲେ ।


ନାଟ୍ୟ ନିର୍ଦ୍ଦେଶକ ଚିଣ୍ଟୁଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଗୁରୁମା ସୁନିତା ସାହୁ , ରୀତାଞ୍ଜଳୀ ସାମନ୍ତରାୟ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ । ପରିଶେଷରେ ପ୍ରଧାନ ଆଚାର୍ଯ୍ଯା ପ୍ରମୋଦିନୀ ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଏମସି  ନ୍ୟୁଜ୍ ଓଡିଶା  ।

Leave a Reply

Your email address will not be published. Required fields are marked *