ପାରୁଆଭାଡ଼ିରେ ଜଳ ବିଭାଜିକା ତାଲିମ ଶିବିର।

ସମ୍ବଲପୁର ;ତା-୨୬/୦୨(ବିଏମସି ଟିଭି ଓଡିଆ)

କୁଚିଣ୍ଡା ଅନ୍ତର୍ଗତ ପରୁଆଭାଡ଼ି ସ୍ଥିତ କଲ୍ୟାଣ ମଣ୍ଡପଠାରେ ଜଳ ବିଭାଜିକା ତାଲିମ ଶିବିର ସହ କମ୍ପୋଷ୍ଟ୍ ଖତ ଦ୍ଵାରା ଚାଷ ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅବସର ପ୍ରାପ୍ତ କୃଷି ଯନ୍ତ୍ରୀ ରବିନ୍ଦ୍ର କୁମାର ଦାସ ତାଲିମ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମକୁ ସ୍ଵେଚ୍ଛାସେବୀ ସସ୍ମିତା ସାହୁ ଓ ପଙ୍କଜିନୀ ନାୟକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ବେହେରା, ପୁଷ୍ପାଞ୍ଜଳି ବେହେରା, ହରିପ୍ରୀୟା ପଟେଲ, ପୁଷ୍ପଲତା ସାହୁ, ପୀତବାସ ଚୌଧୁରୀ, ହିମାଂଶୁ ଚୌଧୁରୀଙ୍କ ସମେତ ବହୁ କୃଷକ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *