ଗଞ୍ଜେଇ ସହ ବାଇକ ଜବତ, ୪ଗିରଫ।

ନୟାଗଡ ;ତା-୨୬/୦୨(ବିଏମସି ଟିଭି ଓଡ଼ିଆ)

ଜାତୀୟ ରାଜପଥ ୫୭ନମ୍ୱର ର ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରଘାଟି ନିକଟରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦଶପଲ୍ଲା ଥାନା ଅଧିକାରୀ ଅନିତା ସାହୁ ଙ୍କ ନେତୃତ୍ୱରେ ପୋଲିସ ଙ୍କ ସହିତ ଚଢ଼ାଉ କରି ୪ଜଣଙ୍କୁ କାବୁକରିବା ସହିତ ୩ଗୋଟି ବାଇକ ଓ ଏକ ଜରିବସ୍ତା ରେ ୧୦କେଜି ଗଞ୍ଜେଇ ଜବତ କରିଥିଲେ। ଏ ସମ୍ପର୍କରେ ଏନଡିପିଏସ ରେ ଏକ ମାମଲା ରୁଜୁ କରି ୪ଜଣଙ୍କୁ ନୟାଗଡ଼ ଜିଲ୍ଲା ଜଜ୍ କୋର୍ଟ କୁଚାଲାଣ କରାଯାଇଛି।

ସୂଚନା ଅନୁସାରେ ରସୁଲା ଥାନା ଅନ୍ତର୍ଗତ ନୁଆପାଟଣା ଗ୍ରାମର କାହୁଁ ଚରଣ ଦାସଙ୍କ ପୁଅ ଅଭିମନ୍ୟୁ ଦାସ (୪୦), ବୋଲଗଡ଼ ଥାନା ଅନ୍ତର୍ଗତ ଟାଙ୍ଗିଶାହି ଗ୍ରାମର ରବି ମଲିକଙ୍କ ପୁଅ କୈଳାସ ମଲିକ(୨୬), ଫିରିଙ୍ଗିଆ ଥାନା ଅନ୍ତର୍ଗତ ପୂତୁକିପଡ଼ା ଗ୍ରାମର ଧନେଶ୍ଵର ଦିଗଲ ଙ୍କ ପୁଅ ରିତୁ ଦିଗାଲ (୨୩)ଓ ଦେବହରି ଦିଗାଲ ଙ୍କ ପୁଅ ପ୍ରତାପ ଦିଗାଲ (୫୦) ତିନୋଟି ମୋଟର ସାଇକେଲ ଯୋଗେ ଏକ ଜରି ବସ୍ତାରେ ୧୦କେଜି ଗଞ୍ଜେଇ ଧରି ଫୁଲବାଣୀ ଅଞ୍ଚଳରୁ ଆସୁଥିବା ବେଳେ ଦଶପଲ୍ଲା ପୋଲିସ ଧରିଥିଲା। ଜବତ ଗଞ୍ଜେଇକୁ ଦଶପଲ୍ଲା ଅତିରିକ୍ତ ତହସିଲଦାର ଚନ୍ଦ୍ର ଶେଖର ବାରିକ ଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *