ବାହା ବେଦି ରେ ବର କୁ ହତ୍ୟା ଉଦ୍ୟମ ।

ବଲାଙ୍ଗୀର ;ତା-୨୬/୦୨(ବିଏମସି ଟିଭି ଓଡ଼ିଆ)

ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନାଅନ୍ତର୍ଗତ ବାବେଜୋର ଗାଁ ଠାରେ କନ୍ୟା ଘର ଆଗରେ ବର ସାଜି ଥିବା ପୁଅ କୁ ହତ୍ୟା କରିବା ସୁପାରୀ ନେଇଥିଲେ କିଛି ଦୁର୍ବୃତ୍ତ । ଯୋଜନା ମୁତାବକ ବର ପିଲାକୁ କନ୍ୟା ଘର ସମ୍ମୁଖରେ ହତ୍ୟା ପାଇଁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ମାନେ ।କିନ୍ତୁ ଗାଁ ଲୋକଙ୍କ ହାବୁଡ଼ରେ ପଡି ନିର୍ଧୁମ ଛେଚା ଖାଇଲେ ଦୁର୍ବୃତ୍ତ ମାନେ ।ପରେ ଦେଓଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାତ ଜଣ ଦୁର୍ବୃତ୍ତ କୁ ଥାନାରେ ଅଟକ ରଖିଛି ଦେଓଗାଁ ପୋଲିସ ।ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ । ଘଟଣା ମୁତାବକ, ଗତକାଲି ଗାଇବାହାଲ ଗାଁ ରୁ ବରପକ୍ଷ ବରଯାତ୍ରୀ ପାଇଁ ବାହାରିଥିଲେ ନିକଟସ୍ଥ ବାବିଜୋର ଗାଁ କୁ ।ବରପକ୍ଷ ଡିଜେ ର ସୁରେ ସୁରେ ନାଚି ନାଚି ପହଂଚିଥିଲେ କନ୍ୟା ଘରକୁ ।ବରପକ୍ଷ ଲୋକେ ଭୋଜି ଭାତ ମଧ୍ୟ ଖାଇ ସାରିଥିଲେ ।ଠିକ ଏହି ସମୟରେ ଆଠ ରୁ ଦଶ ଜଣ ଦୁର୍ବୃତ୍ତ ହାତରେ ବନ୍ଧୁକ ସହିତ ବିଭିନ୍ନ ମରଣାସ୍ତ୍ର ଓ ମରିଚ ଗୁଣ୍ଡ ଧରି ଆକ୍ରମଣ କରିଥିଲେ ବରପିଲା କୁ । ଭାଗ୍ୟବଶତଃ ବରପିଲା କୁ ଆକ୍ରମଣ କରିବା ସମୟରେ ପଡିଯାଇଥିଲେ ଗାଁ ଲୋକଙ୍କ ହାବୁଡ଼ରେ । ଗାଁ ଲୋକେ ମଧ୍ୟ ଏହି ଆକ୍ରମଣକାରି ଙ୍କୁ କାବୁ କରି ଦେଇଥିଲେ । ଏ ପର୍ଯ୍ୟନ୍ତ ସାତ ଜଣ ଦୁର୍ବୃତ୍ତ ଙ୍କୁ ଥାନାରେ ଅଟକ ରଖିଥିବା ବଲାଙ୍ଗୀର ଏସ୍ଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି । ତେବେ ଦେଖାଯାଉ ଏହି ଆକ୍ରମଣ ପ୍ରେମ ବ୍ୟାପାର କୁ ନେଇ ହୋଇଥିଲା ନା କୌଣସି ପୁରୁଣା ଶତ୍ରୁତା କୁ ନେଇ, ତାହା ପରେ ଜଣାପଡିବ ଓ ଏବେ ଅପରାଧୀଙ୍କ ଙ୍କ ଠାରୁ ବନ୍ଧୁକ, ଛୁରୀ, ହାତୁଲ, ଲଙ୍କା ଗୁଣ୍ଡ,, ନିଶା ଔଷଧ ଓ ଅନେକ ଜିନିଷ ଜବତ କରିଛି ବୋଲି ଦେଓଗାଁ ଥାନାଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି ।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *