ଦଶପଲ୍ଲା ରେ କୃଷି ବିଭାଗ ହତାଶ ଘେରରେ।

ନୟାଗଡ ; ତା-୨୭/୦୨(ବିଏମସି ଟିଭି ଓଡ଼ିଆ)

ଆମ ଦେଶ ମୁଖ୍ୟତଃ କୃଷିପ୍ରଧାନ ଦେଶ। କେନ୍ଦ୍ର ସରକାର ତଥା ରାଜ୍ୟ ସରକାର କୃଷି ତଥା କୃଷକ ମାନଙ୍କ ପାଇଁ ଅନେକ ଆକର୍ଷଣୀୟ ତଥା ଲୋଭନୀୟ ଯୋଜନା ମାନ ପ୍ରଣୟନ କରିଛନ୍ତି। ତେବେ ଅନେକ ସମୟରେ ଏହି ଯୋଜନା ବାଟମାରଣା ହେବାର ଦୃଷ୍ଟିକୁ ଆସିଛି। କୃଷି ବିଭାଗ ଅଧିକାରୀ ଓ କର୍ମଚାରୀ ଉଭୟ ମିଶି ଯୋଜନା ର ରୂପରେଖ କୁ ନଷ୍ଟଭ୍ରଷ୍ଟ କରୁଥିବା ନଜିର ଆସୁଛି। ତେବେ ଦଶପଲ୍ଲା କୃଷି ବିଭାଗ ଏଥିରୁ ବା ବାଦ ପଡିବ କେମିତି? ସାଧାରଣତଃ କୃଷି ଅଫିସ କୁ ସାଧାରଣ ଲୋକ କିମ୍ବା ଅଜଣା ଲୋକ ଟିଏ ଅଫିସକୁ ଯିବା ଅସମ୍ଭବ ହୋଇପଡିଛି । କାରଣ ଅଫିସ କୁ ବାଟ ଦେଖାଉଥିବା ଫଳକ ଟି ବିଭାଗୀୟ ଅବହେଳା ଲାଗି ଅର୍ଦ୍ଧ ଭଗ୍ନ ଅବସ୍ଥାରେ ରହିଛି। ଏଥିରୁ ଅଫିସ ର କର୍ମଚାରୀ ଓ ଅଫିସର ଙ୍କ କାର୍ଯ୍ୟକାରିତା ସମ୍ପୂର୍ଣ ବାରି ହୋଇ ପଡୁଛି। ତେବେ ବିଭାଗୀୟ ଅଧିକାରୀ ଙ୍କ ମତଅନୁସାରେ ନାମ ଫଳକ ଟି ଟେଣ୍ଡର ନେଇଥିବା ସଂସ୍ଥା ହାତରେ । ସେ ସଂସ୍ଥା କୁ ସୂଚନା ଦିଆ ଯାଇଛି। ବିଶେସହତଃ କୃଷି ବିଭାଗ ର ବିଭିନ୍ନ କାର୍ଯ୍ୟ ପାଇଁ କର୍ମଚାରୀ ନାହାନ୍ତି। ୧୬ ଜଣ କର୍ମଚାରୀ ରହିବାକୁ ଥିବାବେଳେ ୪ ଜଣ ମାତ୍ର ଅଛନ୍ତି। ସେପରି ଏଡିଓ ପଦବୀ ପାଇଁ ୩୩ ଜଣ ଥିବାବେଳେ ୬ ଜଣ , ଏଓ ପଦବୀ ପାଇଁ ୬ ଜଣ ଥିବାବେଳେ ୨ଜଣ , ସିନିୟର ଆସିଷ୍ଟାଣ୍ଟ ୩ ଜଣ ଥିବାବେଳେ ୧ ଜଣ ଏବଂ ଓଭି ପଦବୀ ପାଇଁ ୪ ଜଣ ବଦଳରେ ୨ ଜଣ ମାତ୍ର ଅଛନ୍ତି। ତତ ସହିତ ଅଫିସ ରେ ଇଲେକ୍ଟ୍ରିକ ଠିକରେ ରହୁନାହିଁ। ଯେ ହେତୁ ଵାଣିଗୋଚ୍ଛା ଡିଭିଜନ ର ଟାକେରା ଠାରୁ ଇଲେକ୍ଟ୍ରିକ ସପ୍ଲାଇ ରହିଥିବାରୁ ଏ ସମସ୍ୟା ଦେଖାଯାଉଛି। ଲାଇନ ଠିକରେ ରହୁନଥିବାରୁ ଅଫିସ କାର୍ଯ୍ୟ ବିଳମ୍ବ ହେଉଛି। ଏଥିପାଇଁ କଣ ସରକାର ଦାୟୀ ରହିବେ ନା ବିଭାଗୀୟ ଅଧିକାରୀ ? ଦେଖାଯାଉ ଏ ସମସ୍ୟା କେବେ ସୁଧୁରୁଛି?

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *