ଖଇରପୁଟଠାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ।   

ମାଲକାନଗିରି ; ତା-୦୪/୧୨ (ବିଏମସି ଟିଭି ଓଡ଼ିଆ )

  ଆଜି ମାଲକାନଗିରି ଜିଲ୍ଲା  ଖଇରପୁଟ ବ୍ଲକ ଅନ୍ତର୍ଗତ ମିନି ଷ୍ଟାଡିୟମଠାରେ ବ୍ଲକ୍ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଘଣ୍ଟା ସମୟରେ ଏକ ବିଶାଳ ଶୋଭାଯାତ୍ରାରେ ଜଳକଳସ ଧରି ନିକଟସ୍ଥ ନଦୀରୁ ଜଳ ଆଣି ମିନି ଷ୍ଟାଡିୟମର ମଣ୍ଡପରେ ଅବସ୍ଥାପିତ କରାଯାଇଥିଲା । ଏହି କଳସ ଯାତ୍ରାରେ ବ୍ଲକର ସମସ୍ତ ଲୋକପ୍ରତିନିଧି, ପ୍ରସାଶନିକ ଅଧିକାରୀ, ମିଶନ ଶକ୍ତି ମହୀଳା, ଆଶା ଓ  ଅଙ୍ଗନବାଡ଼ି କର୍ମୀଙ୍କ ସମେତ ଶହଶହ ସ°ଖ୍ୟାରେ ଯୋଗଦେଇ ପାରମ୍ପରିକ ବାଦ୍ୟ ର ତାଳେତାଳେ ଢେମସା ନୃତ୍ୟ ପରିବେଷଣ କରି ଦିର୍ଘ ଦୁଇ କିଲୋମିଟର ରାସ୍ତା ଅତିକ୍ରମ କରି ମଣ୍ଡପ ନିକଟରେ ପହଞ୍ଚିଥିଲେ ।

କଳସ ସ୍ଥାପନ ପରେ  ମହୋତ୍ସବ ର ସଭାପତି ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ସମ୍ମାନିତ ଅତିଥି ପୁର୍ବତନ ବିଧାୟକ ପୁର୍ଣ୍ଣଚନ୍ଦ୍ର୍ ବାକା, ପୁର୍ବତନ ବିଧାୟକ ଡମ୍ବରୁ ଶିଷା, ଜିଲ୍ଲା ପରିଷଦ ସଭ୍ୟ ବଳୀ ମାଝୀ, ଉପାଧ୍ୟକ୍ଷା ସାବିତ୍ରୀ ମୁଦୁଲି, ଜିଲ୍ଲା ଆଦିବାସୀ ସ°ଘ ସଭାପତି ବନ୍ଧୁ ମୁଦୁଲି, ମାଥିଲି ବିଡ଼ିଓ ହିମାଚଳ ମାଝୀ, କୋରକୋଣ୍ଡ ବିଡ଼ିଓ ସୁଜିତ କୁମାର ମିଶ୍ର, ତହସିଲଦାର ପ୍ରମୋଦ କୁମାର ବେହେରା, ଶିଶୁ ବିକାଶ ଅଧିକାରୀ ନୀହାର ବାଳା ସାହୁ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ସମେତ ବ୍ଲକର ସମସ୍ତ ୧୧ ଗୋଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର କୋୟାଙ୍କ ତତ୍ତ୍ୱାବଧାନରେ ଜଗତର ନାଥ ଜଗନ୍ନାଥ ଓ ଅଧିଷ୍ଠାତ୍ରୀ ଦେବୀ ମାଁ ଦାମଲଦେଈ ଙ୍କ ପୁଜାର୍ଛନା କରାଯାଇ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଖିଲ ନିଜ ଉଦ୍ବୋଧନରେ କହିଥିଲେ ଯେ ଆଜି ହେଉଛି ଆଦିବାସୀ ମାନଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ କାରଣ ଏହି ବ୍ଲକ ରେ ବଣ୍ଡା ଓ ଡିଡାଈ ଭଳି ଦୁଇଟି ଅଦୀମ ଜନଜାତି ଅବସ୍ଥାପିତ ଓ ସେମାନଙ୍କ ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ପ୍ରଚାର ପ୍ରସାର ସହ ବିଭିନ୍ନ ଲୋକକଳା, ଲୋକନୃତ୍ୟ ଓ ଆଦିବାସୀ ସ°ସ୍କୃତି ଉପରେ ଅବଗତ କରାଇବା ଏହି ଭଳି ମହୋତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ଓ ଖାସକରି ଲୁପ୍ତପ୍ରାୟ ଅବସ୍ଥାରେ ଥବା ଆଦିବାସୀ ପରମ୍ପରାକୁ ପୁନଃରୁଦ୍ଧାର ପାଇଁ ଆହ୍ଵାନ ଦେଇଥିଲେ । ଅନ୍ୟ ଅତିଥି ମାନେ ମଧ୍ୟ ଆଜିର ଉତ୍ସବ ବିଷୟରେ ସବିଶେଷ ଆଲୋକପାତ କରିଥିଲେ ।

ପୁର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ କାର୍ଯ୍ୟକ୍ରମ ର ଆବାହକ ତଥା ବ୍ଲକ ବିଡ଼ିଓ ଶ୍ରୀ କୋୟା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ଓ ମହୋତ୍ସବ ର ସଭାପତି ଶ୍ରୀ କିର୍ଷାନୀ ସଭାସା°ଗ ର ଘୋଷଣା କରିଥିଲେ । ଜନ ସାଧାରଣଙ୍କ ମନୋରଞ୍ଜନ ଉଦ୍ଧେଶ୍ୟରେ ଭୁବନେଶ୍ଵର ରୁ ଆସିଥିବା ମଣ୍ଟୁ ଛୁରୀଆ କଳାକାର ଓ ତାଙ୍କ ସାଥି ମାନେ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ ଯାହାକୁ ଜନସାଧାରଣ ଅତି ଆନନ୍ଦରେ ଉପଭୋଗ କରିଥିଲେ । ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ କୁ ଶିକ୍ଷକ ଦେବରାଜ ସେଠୀ ମଞ୍ଚ ପରିଚାଳନା କରିଥିଲେ । 

ମାଲକାନଗିରିରୁ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ବାଇଁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।  ।

Leave a Reply

Your email address will not be published. Required fields are marked *