ମୟୂରଭଞ୍ଜ ; ତା-୦୪/୦୩(ବିଏମସି ଟିଭି ଓଡ଼ିଆ)
ରକ୍ତ ବୁଝିଲାନି ରକ୍ତର ସଂପର୍କ । ପାଣିର ଗାର ପାଲଟିଲା ବାପ ପୁଅର ସଂପର୍କ । ନୃଶଂସ ପାଲଟିଲା ପୁଅ । କିଛି ଜାଣିବା ପୂର୍ବରୁ ଶେଷ ହୋଇ ଯାଇଥିଲା ସବୁକିଛି । ପୁଅ ହାତରେ ଚାଲିଗଲା ବାପର ଜୀବନ । ଫାରସାରେ ହାଣି ନୃଶଂସ ପୁଅ ବାପାର ଗଣ୍ଡି ମୁଣ୍ଡ କରିଦେଲା ଅଲଗା । ନୃଶଂସକତାର ସବୁ ସୀମା ଟପିଲା ପୁଅ । ଆଜି ସକାଳେ ବାପାର କଟାମୁଣ୍ଡ ବ୍ୟାଗରେ ଧରି ରାସ୍ତାରେ ଚାଲି ଚାଲି ଯାଉଥିଲା । ଏନେଇ ଚାନ୍ଦୁଆ ଥାନା ପୋଲିସ ଖବରପାଇ ବାପାର ହତ୍ୟାକାରୀ ଅଭିଯୁକ୍ତ ପୁଅ ସମ୍ଭୁନାଥ ସିଂ କୁ ଚାନ୍ଦୁଆ ଥାନା ପୋଲିସ ରାସ୍ତାରେ ମାଡିବସି ବ୍ୟାଗରୁ ବାପା ବାଇଧରର କଟାମୁଣ୍ଡ ଜବତ କରିଛି । ପରେ ହତ୍ୟାକାରୀ ପୁଅ ସମ୍ଭୁନାଥକୁ ଥାନା ଆଣି ଅଧିକ ତଦନ୍ତ ଆରମ୍ଭ କରିଛି । ଏଭଳି ଏକ ଲୋମହର୍ଷଣକାରୀ ନୃଶଂସଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ । ଖବର ଅନୁଯାୟୀ ଚାନ୍ଦୁଆ ଗ୍ରାମରେ ପରିବାର ସହ ରହୁଥିଲେ ବାଇଧର ସିଂ ।

ପୁଅ ସମ୍ଭୁ ସିଂ ଏବଂ ପୁଅବୋହୁ ମଧ୍ୟ ପରିବାର ରହୁଥିଲେ । ତେବେ ସମ୍ଭୁନାଥ ଆଠବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପିଲାର ବାପା ହେବାର ସୌଭାଗ୍ୟ ପାଇନଥିଲେ । ଯାହାକୁନେଇ ସ୍ୱମୀ ଓ ସ୍ତ୍ରୀ ମଧ୍ୟରେ ପ୍ରାୟତଃ ବିବାଦ ଲାଗିରହୁଥିଲା । ଏନେଇ ଶମ୍ଭୁନାଥ ମାନସିକ ଚାପରେ ରହି ଆସୁଥିଲା । ଗତକାଲି ମଧ୍ୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ ସ୍ତ୍ରୀ କବିତା ସିଂ ଘର ଛାଡି ପୋଡିଶା ଘରେ ରହିଥିଲା ବୋଲି ପୋଲିସ ସୂଚନା ଦେଇଛି । କୋୖଣସି କାରଣରୁ ଶମ୍ଭୁନାଥ ମାନସିକ ଭାରସାମ୍ୟ ହରାଇ ନୃଶଂସ ଭାବେ ବାପାକୁ ହତ୍ୟା କଲା । ଏବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।