ଦଶପଲ୍ଲା ଏନ ଏ ସି ରେ ୧୯ତମ ସାଧାରଣ ବୈଠକ

ନୟାଗଡ :ତା-୦୪/୦୩(ବିଏମସି ଟିଭି ଓଡ଼ିଆ )

ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସର ରେ ୧୯ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଙ୍କ ସହିତ ସମସ୍ତ ୱାର୍ଡ଼ ର କାଉନସିଲର ଭାଇ ଭଉଣୀ ମାନେ ବୈଠକ ସ୍ଥଳକୁ ମୁଖ୍ୟ ଅତିଥି ଦଶପଲ୍ଲା ବିଧାୟକ ରମେଶ ବେହେରା ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ପାଛୋଟି ନେଇଥିଲେ । ସମସ୍ତ ୱାର୍ଡ଼ ର କାଉନସିଲର, ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତ ରେ ବୈଠକ ଆରମ୍ଭ ହୋଇଥିଲା। ପୂର୍ବ ପାଠ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହିତ ଆଗକୁ କିପରି ସମସ୍ତ କାର୍ଯ୍ୟ ସୁଚାରୁପେ ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା। ଏହି ବୈଠକ ରେ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଅଞ୍ଜନ କୁମାର ଦାସ , ଅଧକ୍ଷା ପୁନମ ପ୍ରିୟଦର୍ଶିନୀ, ଏମ ଇ ଅଶୋକ ଦଳବେହେରା,ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏନ ଏ ସି ରେ ହେବାକୁ ଥିବା ଉନ୍ନତି ମୂଳକ କାର୍ଯ୍ୟ ଯଥା ସାତପାଟଣା ରାସ୍ତା ର ଉନ୍ନତି କରଣ, ବିଦ୍ୟୁତ ଖୁଣ୍ଟି ର ପୁନଃରୁଦ୍ଧାର, ମହୁଲିଆ ରାସ୍ତା ନବୀକରଣ, ମାର୍କେଟ କମ୍ପ୍ଲେକ୍ସ ର ବଣ୍ଟନ, ଏନ ଏ ସି ର ବିଭିନ୍ନ ସ୍ଥାନରେ ରହୁଥିବା ଆବର୍ଜନା ସଫା କରିବା ଆଦି ପ୍ରସଙ୍ଗ କୁ ନେଇ ହୋହାଲ୍ଲା ହୋଇଥିଲା। ଏଥିରେ କିଛି କର୍ମଚାରୀଙ୍କ ଭୁଲ ଥିବା ଭଳି ସମସ୍ତେ ଅନୁଭବ କରୁଥିଲେ।କୌଣସି ଉନ୍ନତି ମୂଳକ କାର୍ଯ୍ୟ ଠିକ୍ ସେ ହେଉ ନ ଥିବା ମଧ୍ୟ୍ୟ ସାଧାରଣରେ ଚର୍ଚ୍ଚା ହେଉଛି।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା

Leave a Reply

Your email address will not be published. Required fields are marked *