ସମ୍ବଲପୁର : ତା.୦୪/୦୩(ବିଏମସି ଟିଭି ଓଡିଆ)
କୁଚିଣ୍ଡା ଅଞ୍ଚଳର ଏକ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗଡ୍ସ୍ ପାୱାର ଓ ବ୍ଲେସିଂ ମିନିଷ୍ଟ୍ରି ପକ୍ଷରୁ ଆଜି ବି.ଜମନକିରା ଠାରେ ଏକ ମେଗା ରକ୍ତଦାନ ଶିବିର ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହାକୁ କୁଚିଣ୍ଡାର ଉପ ଜିଲ୍ଲାପାଳ ଡ.ଗୌରବମୟ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ରୋହିଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଏସଡିଏମଓ ଡ଼ ସୁବୋଧ କୁମାର ନାୟକ , ସମାଜସେବୀ ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଭାତ କୁମାର ବେହେରା , ବ୍ଲକ ଅଧ୍ୟକ୍ଷା ଭୁବନେଶ୍ୱର କିସାନ, ସରପଞ୍ଚ ସରସ୍ଵତୀ ଠାକୁର, ସାମ୍ବାଦିକ ସଞ୍ଜୟ ମିଶ୍ର ପ୍ରମୁଖ ନିଜ ବକ୍ତବ୍ୟରେ ମଣିଷ ରକ୍ତର ବିକଳ୍ପ ନାହିଁ, ସେଥିପାଇଁ ରକ୍ତ ଏକ ମହତ ଦାନ ଅଟେ ବୋଲି କହିଥିଲେ।

କାର୍ଯ୍ୟକ୍ରମକୁ ସ୍ଵେଚ୍ଛାସେବୀ ବିମଳ ମେହେର ସଂଯୋଜନା କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଓକିଲ ଶାନ୍ତନୁ କାଲୋ , ରମେଶ ମେହେର, ନାଏବ ସରପଞ୍ଚ ଉଷା ବହଲା ଓ ୱାର୍ଡ ସଭ୍ୟ ଖତୀ ମେହେର ସହଯୋଗ କରିଥିଲେ । ସର୍ବ ପ୍ରଥମେ ସରପଞ୍ଚ ସରସ୍ଵତୀ ଠାକୁର ରକ୍ତଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆକାଶ ମୁଣ୍ଡା, ହୃଦୟ ନାଥ ରୋହିଦାସ, ବଜରଙ୍ଗ ନାଏକ, ଋଣ ଦେହୁରୀ, ଧରିତ୍ରୀ ମାଝୀ, ସଞ୍ଜିତା ମାଝୀ, ବିଶାଖା ପ୍ରଧାନ, ମାନସୀ ସିନ୍ଦିରିଆଙ୍କ ସମେତ ପଚାଶ ଜଣ ରକ୍ତଦାନ କରିଥିଲେ। କୁଚିଣ୍ଡା ରେଡକ୍ରସର ପ୍ରମୋଦ ପଟେଲ ଙ୍କ ସମେତ ଅନ୍ୟ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ରକ୍ତଦାନ କରିଥିବା ଦାତାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା