କାହାକୁ ନ ଜଣାଇ ଦ୍ୱିତୀୟ ବିବାହ କଲେ ସୁରଙ୍କ ସାନ ପୁଅ ମନ୍ମଥ, ଜାଣନ୍ତୁ କାହିଁକି ପୂର୍ବ ସ୍ତ୍ରୀଙ୍କ ସାଙ୍ଗକୁ ହେଲେ ବାହା ।

ଭୁବନେଶ୍ୱର ; ତା-୦୬/୦୩  ( ବିଏମସି ଟିଭି ଓଡିଆ)

ଦ୍ୱିତୀୟଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବରିଷ୍ଠ ନେତା ତଥା  କଂଗ୍ରେସର ପୂର୍ବତନ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ରୋଜାଲିନ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ମନ୍ମଥ ରାଉତରାୟ । ଉଭୟଙ୍କର ପ୍ରେମ ବିବାହ ହୋଇଥିବା କୁହାଯାଉଛି। ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି। ରାଜଧାନୀ ଉପକଣ୍ଠ ଡେରାସ ଚନ୍ଦକା ରିସର୍ଟରେ ବେଶ୍ ଆଡମ୍ବରରେ ବିବାହ ସମ୍ପନ୍ନ ହୋଇଛି ।

Manmath Routray

ବର୍ତ୍ତମାନ ମନ୍ନଥ ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। ତାଙ୍କ ନାମ ହେଉଛି ରୋଜାଲୀନ ପଟ୍ଟନାୟକ। ସେ ମୁମ୍ବାଇର ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରିଛନ୍ତି। ମନ୍ମଥଙ୍କ ପ୍ରଥମ ପତ୍ନୀଙ୍କ ନାମ ହେଉଛି ସୁଚିସ୍ମିତା ମହାପାତ୍ର। ଆଉ ମଜାଦାର କଥା ହେଉଛି ସୁଚିସ୍ମିତା ଏବଂ ରୋଜାଲୀନ ଉଭୟ ବାନ୍ଧବୀ।

ଏହି ବିବାହ ଉତ୍ସବକୁ ମନ୍ନଥ ଖୁବ କମ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଏପରିକି ବିବାହ ଉତ୍ସବ ଫଟୋ ଉଠାଇବା ପାଇଁ ସେ ସମସ୍ତଙ୍କୁ ବାରଣ କରିଥିଲେ। ଏହି ଉତ୍ସବରେ ବିଜେଡି କି କଂଗ୍ରେସ ନେତା କେହି ଯୋଗଦେଇ ନ ଥିଲେ। କେବଳ କଂଗ୍ରେସର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ମନ୍ନଥଙ୍କ ଭିଣୋଇ ହୋଇଥିବାରୁ ସେ ଯୋଗ ଦେଇଥିଲେ ।

ଭୁବନେଶ୍ୱର ରୁ ପ୍ରିୟଙ୍କା ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।


Leave a Reply

Your email address will not be published. Required fields are marked *