ବୋଲଗଡ; ତା-୦୬/୦୩ ( ବିଏମସି ଟିଭି ଓଡିଆ)

ଖୋର୍ଦ୍ଧା ଜିଲ୍ଲା ପୋଲିସ ଆରକ୍ଷିଙ୍କ ନିର୍ଦେଶ କ୍ରମେ ଓ ବୋଲଗଡ ଥାନା ଆନୁକୂଲ୍ୟରେ ନୂତନ ଅପରାଧିକ ଆଇନ ସଚେତନତା ଶିବିର ଓ ନୂତନ ଭାରତ ର ନୂତନ ଆଇନ କର୍ମଶାଳା ଗୁରୁବାର ଦିନ ବୋଲଗଡ ଥାନା ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମ ଶାଳା ରେ ବୋଲଗଡ ଥାନା ଭାରପ୍ରାପ୍ତ ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ସଭାପତିତ୍ବ କରି ସ୍ୱାଗତ ଭାଷଣ ଦେଇ ଉପସ୍ଥିତ ଭଦ୍ର ବ୍ୟକ୍ତି ମାନଂକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ଥାନା ର ଦ୍ୱିତୀୟ ପୋଲିସ ଅଧିକାରିଣୀ ଲିଲି ପାଢ଼ୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଇଂରେଜ ଶାସନରଦଣ୍ଡ ଵିଧି ଆଇନ କୁ ପରିବର୍ତନ କରାଯାଇ ନୂତନ ଭାରତ ର ନୂତନ ଆଇନ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ। ଏହି ସଚେତନ ତା ଶିବିର ରେ ବୋଲଗଡ ବ୍ଲକ ଅଂଚଳ ର ସମସ୍ତ ସାମ୍ବାଦିକ,ବରିଷ୍ଠ ନାଗରିକ,ସରପଞ୍ଚ,ସମିତି ସଭ୍ୟ,ମହିଳା ସ୍ୱୟଂ ଆଇନ ଜୀବୀ,ସହାୟକଗୋଷ୍ଠୀ. ସମଜସେବୀ,ବୁଦ୍ଧିଜୀବୀ ଓ ଶିକ୍ଷା ବିତ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ, ସମାଜରେ ଦିନକୁ ଦିନ ଘଟୁଥିବା ଡକାୟତି, ରାହାଜାନି,ଚୋରି,ନା ବାଳିକା ଦୁଷ୍କର୍ମ, ବେଆଇନ ଭାବେ ଗାଡି ଚାଳନା, ଟ୍ରାଫିକ ନିୟମକୁ ଉଲ୍ଲଘଂନ କରିବା ଇତ୍ୟାଦି ସମ୍ପର୍କ ରେ ବୋଲଗଡ ଥାନା ଅଧିକାରିଣୀ ଶ୍ରୀମତୀ ବରାଳ ପୁଙ୍ଖାନୁ ପୁଙ୍ଖ ଭାବେ ଲୋକ ମାନଙ୍କୁ ବୁଝାଇ ଥିଲେ।

ସମସ୍ତ ଜନସାଧାରଣ ପୋଲିସ ବାହିନୀ କୁ ସହଯୋଗ କଲେ ପୋଲିସ ନିଶ୍ଚିତ ଭାବେ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିପାରିବ ବୋଲି ଥାନା ଅଧିକାରିଣୀ ଶ୍ରୀମତୀ ବରାଳ ଅନୁରୋଧ କରିଥିଲେ। ସମସ୍ତ ଜନସାଧାରଣ ଓ ମହିଳା ମାନେ ସଚେତନ ହେଲେ ସମାଜ ରେ ଆଇନ ଶୃଙ୍ଖଳା ଶାନ୍ତ ରହିବ ଓ କୁକାର୍ଯ୍ୟ ତଥା ବିଶୃଙ୍ଖଳା ଦୁରେଇ ଯିବ ବୋଲି ଶ୍ରୀମତୀ ବରାଳ ଲୋକମଙ୍କୁ ପରାମର୍ଶ ଦେଇଥିଲେ. ବର୍ତମାନ ଇଂରେଜ ସମୟର କଡା ଦଣ୍ଡ ବିଧାନ ପରିବର୍ତନ କରାଯାଇ ନୂତନ ଭାରତର ନୂତନ ଆଇନ ଅନୁସାରେ ଆସାମୀ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଇନ ଯିବି ବୀର କିଶୋର ଦାସ ସୂଚନା ଦେଇଥିଲେ।

ପ୍ରତେକ ଗ୍ରାମପଂଚାୟତ ସ୍ତର ରେ ଲୋକ ମାନଙ୍କୁ ଓ ମହିଳା ମାନଙ୍କୁ ଆଇନ ସଚେତନ ତା କର୍ମ ଶାଳା ମାଧ୍ୟମରେ ନୂତନ ଭାରତ ର ନୂତନ ଆଇନ ସମ୍ପର୍କ ରେ ସୂଚନା ପ୍ରଦାନ କରାଗଲେ ଗ୍ରାମାଞ୍ଚଳ ର ସମସ୍ତ ଜନସାଧାରଣ ସଚେତନ ହୋ ଇପାରିବେ ବୋଲି ବହୁ ବରିଷ୍ଠ ନାଗରିକ ମାନେ ମତ ପ୍ରକାଶ କରିଥିଲେ। ପରିଶେଷରେ ସୁବନ୍ସପେକ୍ଟର ପ୍ରମୋଦ କୁମାର ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ।

ବିଏମସି ନ୍ୟୁଜ୍ ଓଡିଶା।
