ଟିଟିଲାଗଡ ଥାନା ବନାମ ଡକାୟତ ଖାନା,ମାତ୍ରାଧିକ ଅସାମାଜିକ କାର୍ଯ୍ୟକଳାପ ନେଇ ତୀବ୍ର ଅସନ୍ତୋଷ ।

ବଲାଙ୍ଗିର/ଟିଟିଲାଗଡ, ତା-୧୫/୧୨ ( ବିଏମସି ଟିଭି ଓଡ଼ିଆ)

ସାଧାରଣ ଲୋକ  ଉଚିତ ନ୍ୟାୟ ପାଇବା ପାଇଁ ପୋଲିସ ର ଦ୍ବାରସ୍ଥ ହୋଇ ଆସୁଥିବା ବେଳେ ପୋଲିସ ଆବେଦନ କାରି ସହ ଅଭିଯୁକ୍ତ ଙ୍କ ନିକଟ ରୁ ଖୋଲମ୍,ଖୋଲା ଟଙ୍କା ଆଦାୟ କରି ହଇରାଣ, ହରକତ କରି ଆସୁଥିବା ଭଳି ଗୁରୁତର ଅଭିଯୋଗ ହୋଇ ଆସୁଛି । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଥାନା ଏବେ ଏକ ପ୍ରକାର ଡକାୟତ ଖାନା ରେ ପରିଣତ ହୋଇ ଯାଇଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।  ଥାନା କୁ ଅଭିଯୋଗ ନେଇ ଯାଇଥିବା ଆବେଦନ କାରୀ କୁ ଅଭିଯୁକ୍ତ ଭଳି ଦୁର୍ବ୍ୟବହାର କରିବା,ଉଭୟ ପକ୍ଷ ଙ୍କୁ ସମୟ ଗଡ଼େଇ ଆଜି, କାଲି ଆସ କହିବା,ବାରମ୍ବାର ଲିଖିତ ଅଭିଯୋଗ ରେ ତ୍ରୁଟି ଥିବା ଦର୍ଶାଇ ହଇରାଣ ,ହରକତ କରି ଆସୁଥିବା,ସାଧାରଣ କମ୍ପ୍ୟୁଟର ଲେଖା ,ହାତ ଲେଖା ରେ ତୃଟି ଦର୍ଶାଇ ବିଭିନ୍ନ ଆଳରେ ଅକଥନୀୟ ଦୁର୍ଦ୍ଦଶା ର ଶିକାର କରି ଆସୁଥିବା ଅଭିଯୋଗ ହୋଇ ଆସୁଛି।
ସାଧାରଣ ଲୋକେ ବାଧ୍ୟ ହୋଇ ଆଖ, ପାଖ ଅଞ୍ଚଳରୁ ଆସି ଏଭଳି ହଇରାଣ ,ହରକତ ର ଶିକାର ହେବା ସାର ହେଉଛି । ଏହି ଟିଟିଲାଗଡ ଥାନା ର କିଛି ନିର୍ଦ୍ଦିଷ୍ଟ ଅଧିକାରୀ ଖୋଲା,ଖୋଲି ବିଭିନ୍ନ ମାମଲା ରୁଜୁ କରିବା ସହ,ମାମଲା ଆପୋଷ ବୁଝାମଣା କରେଇ ଦେବା କୁ କହି ଦାବି ମୁତାବକ ଟଙ୍କା ଆଦାୟ କରି ହଇରାଣ କରି ଆସୁଥିବା ଦେଖାଯାଉଛି । ଏପରିକି ସମସ୍ତ ନିୟମ,କାନୁନ୍ ର ଖୋଲମ,ଖୋଲା ଉଲ୍ଲଂଘନ କରି ହଜାର, ହଜାର ଟଙ୍କା ଆଦାୟ କରି ଆସୁଥିବା ଭଳି ଘଟଣା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ସାଧାରଣ ଲୋକେ ଏହିଭଳି ମାତ୍ରାଧିକ ଭାବେ ବେଆଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାଣି ବିଭିନ୍ନ ମାମଲା ନେଇ ଥାନା କୁ ଯିବାକୁ ଭୟ କରୁଥିବା ଅଭିଯୋଗ ଲିଖିତ ଆକାର ରେ ଜିଲ୍ଲା ଜୀବେଦୟା ଅନୁଷ୍ଠାନ ସଭାପତି ଶ୍ରୀକାନ୍ତ ସାହୁ ବିଭିନ୍ନ ଉଚ୍ଚ ପଦାଧିକାରୀ ଙ୍କ ନିକଟକୁ ଡାକ ଯୋଗେ ପ୍ରେରଣ କରିଥିବା ବେଳେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି ।
ଏହି ଟିଟିଲାଗଡ ଥାନା ଅଞ୍ଚଳ ରେ ସେହିପରି ଦେଶୀ,ବିଦେଶୀ ବେଆଇନ ମଦ କାରବାର ସହ ସଟ୍ଟା,ଜୁଆ ଖେଳ ମାତ୍ରାଧିକ ଭାବେ ବୃଦ୍ଧି ପାଉଛି।
ଦିନ ରାତି ଆଖ, ପାଖ ଅଞ୍ଚଳ ତଥା ସହର ରେ ଅସାମାଜିକ ଙ୍କ ଦୌରତ୍ମ ବୃଦ୍ଧି ପାଇ ଚାଲିଥିବା ବେଳେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ସଟ୍ଟା,ମଦ,ଜୁଆଖେଳ ଚଳାଉ ଥିବା ମାଲିକ ଙ୍କ ଠାରୁ ମାସିକ ମୋଟା ଅଙ୍କର ଅର୍ଥ ଆଦାୟ କରି ପୋଲିସ ନୀରବ ଦ୍ରଷ୍ଟା ସାଜିଥିବା ବେଳେ ନାମକୁ ମାତ୍ର କିଛି ମାମଲା ଲୋକ ଦେଖାଣିଆ ଭାବେ ରୁଜ୍ଜୁ କରି ଦେଇ ଆସୁଥିବା ଅଭିଯୋଗ ହୋଇ ଆସୁଛି ।
  ଟିଟିଲାଗଡ ଥାନା ବନାମ ଡକାୟତ ଖାନା ରେ ପରିଣତ ହୋଇ ଯାଇଥିବା ବେଳେ ତୁରନ୍ତ ବିଭାଗୀୟ ମୁଖ୍ୟ ପଦାଧିକାରୀ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବି ପ୍ରକାଶ ପାଉଛି ।

ଟିଟିଲାଗଡ ରୁ  ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।

Leave a Reply

Your email address will not be published. Required fields are marked *