ନୟାଗଡ ;ତା-୦୭/୦୩(ବିଏମସି ଟିଭି ଓଡ଼ିଆ)
ଚଳିତ ବର୍ଷ ଆମେ ୭ମ ଜନ ଔଷଧି ସପ୍ତାହ ଦିବସ ପାଳନ କରୁଛେ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଏକ ସାଧାରଣ ଚିନ୍ତାଧାରା ଯୋଗୁଁ ଆଜି ଦେଶରେ ୧୫ ହଜାରରୁ ଉର୍ଦ୍ଧ୍ଵ ଜନ ଔଷଧି କେନ୍ଦ୍ର ଜରିଆରେ ଦେଶବାସୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୁଣାତ୍ମକ ଔଷଧ ଉପଲବ୍ଧ କରାଯାଇ ଅନେକ ରୋଗୀଙ୍କ ଜୀବନ ରକ୍ଷା କରାଯାଇ ପାରୁଛି। ପ୍ରଧାନମନ୍ତ୍ରୀ-ଜନ ଆରୋଗ୍ୟ ଯୋଜନା ସହିତ ଜନ ଔଷଧି ଯୋଜନା ମିଳିତ ଭାବେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏକ କ୍ରାନ୍ତି ଆଣିଛି। ଉତ୍ତମ ସ୍ୱାସ୍ଥ୍ୟ ସେବା କେବଳ ଏକ ବିକଳ୍ପ ନୁହେଁ, ଏହା ପ୍ରତ୍ୟେକ ଭାରତୀୟଙ୍କ ଅଧିକାର। ଏହି ପରୀପେଖିରେ ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ୪ନମ୍ୱର ୱାର୍ଡ଼ ର ଦଶପଲ୍ଲା ଠାରୁ ଗଣିଆ ଯିବା ରାସ୍ତାରେ ଥିବା ଅନିଲ କୁମାର ମହାପାତ୍ର ଙ୍କ ଜନ ଔଷଧି କେନ୍ଦ୍ର ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତିରେ ସପ୍ତାହ ଦିବସ ପାଳନ କରାଯିବା ସହିତ ସାଂସଦଙ୍କ ଏନ ଏ ସି ପ୍ରତିନିଧି ଅଞ୍ଜନ ଦାସ ଓ ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରାଣକୃଷ୍ଣ ବେହେରା, ଜ୍ଞାନରଞ୍ଜନ ମିଶ୍ର, ଜ୍ଞାନରଞ୍ଜନ ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।