ନୂତନ ଅପରାଧିକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ।

ମାଲକାନଗିରି ; ତା-୦୭/୦୩(ବିଏମସି ଟିଭି ଓଡ଼ିଆ)

କୁଡୁମୁଲୁଗୁମ୍ମା ସ୍ଥିତ ଗ୍ରାମ ପଞ୍ଚାୟତ ପରିସରରେ, ପୋଲିସ ବିଭାଗ ତରଫରୁ ନୂତନ ଅପରାଧିକ ଆଇନ୍ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ଓର୍କେଲ ଥାନା ର ସେକେଣ୍ଡ ଅଫିସର ଅଜିତ ସିଂ ବରିହା, ସବ୍ ଇନ୍ସପେକ୍ଟର ମିଲନ ବରିହା, କୁଡୁମୁଲୁଗୁମ୍ମା ଫାଣ୍ଡି ଏଏସଆଇ କୃଷ୍ଣ ଚନ୍ଦ୍ର ହିଆଲ, ସରପଞ୍ଚ ମଙ୍ଗଳା ମାଢୀ ଓ ସମିତି ସଭ୍ୟା ମୁନୀ ସଗରୀଆ ପ୍ରମୁଖ ଉପସ୍ଥିତ ରହି ଭାରତୀୟ ଆଇନ ବ୍ୟବସ୍ଥା ରେ ନୂତନ ଭାବେ ପ୍ରଣୟିତ ତିନି ଗୋଟି ନୂତନ ଅପରାଧିକ ଆଇନ୍ ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ ।  ବରିହା କହିଥିଲେ ଯେ ଭାରତ ସ୍ୱାଧୀନ ପୂର୍ବରୁ ଇଂରେଜ ଶାସନ ଦ୍ୱାରା ପ୍ରଣୀତ ଆଇନ୍ ଗୁଡିକ ବହୁତ ପୁରୁଣା ଓ ବର୍ତ୍ତମାନ ସମୟ ସାପେକ୍ଷ ହେଉନଥିବାରୁ ସମ୍ବିଧାନିକ ପ୍ରକ୍ରିୟାନୁସାରେ ବିଭିନ୍ନ ଅପରାଧିକ ଧାରା ଓ ନିୟମାବଳୀ ରେ ବ୍ୟାପକ ପରିବର୍ତ୍ତନ କରାଯାଇ ଏକ ନୂତନ ରୁପରେଖ ଦିଆଯାଇଛି । ଏହି କ୍ରମରେ ପୁର୍ବରୁ ଥିବା ଇଣ୍ଡିଆନ ପିନାଲ୍ କୋଡ଼ ନାମକୁ ହଟାଯାଇ ଭାରତୀୟ ନ୍ୟାୟ ସ°ହିତା, କ୍ରିମିନାଲ ପ୍ରୋସିଡ୍ୟୁର କୋଡ଼ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସ°ହିତା ଓ ଇଣ୍ଡିଆନ୍ ଏଭିଡେନ୍ସ ଏକ୍ଟ ବଦଳରେ ଭାରତୀୟ ସାକ୍ଷ୍ୟ ସୁରକ୍ଷା ଅଧିନୀୟମ କୁ ପ୍ରଣୟନ କରାଯାଇଛି ।

ସେ ଆହୁରି କହିଥିଲେ ଯେ ଏହି ବ୍ୟବସ୍ଥାରେ ଜଣେ ଦୋଷୀ ଅପରାଧୀକୁ ସିମିତ ସମୟରେ ଦଣ୍ଡାବିଧାନ କରାଯିବା ସହ ପିଡିତା ଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ଓ ସମାଜରେ ଏହାଦ୍ବାରା ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ହେବା ସହିତ ଯୂବ ସମାଜର ମାନସିକତା ସକାରାତ୍ମକ ଦିଗରେ ଅଗ୍ରସର ହୋଇପାରିବ । ପରିଶେଷରେ ଏଏସଆଇ ଶ୍ରୀ ହିଆଲ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଶିବିରରେ କୁଡୁମୁଲୁଗୁମ୍ମା ଓ ଏହାର ଆଖପାଖ ଅଞ୍ଚଳର ପାଖାପାଖି ୧୦୦ ରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ରହି ଏହି ସଚେତନତା ଶିବିରରେ ଉପସ୍ଥିତ ରହି ନୂତନ ଆଇନ୍ ସମ୍ପର୍କରେ ଅବଗତ ହୋଇଥିଲେ ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *