ରାଇରଙ୍ଗପୁର ;ତା-୦୬/୦୩(ବିଏମସି ଟିଭି ଓଡ଼ିଆ)
ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ ଛକରେ ଥିବା ଓଡିଶାର ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଜୁ ଜନତାଦଳ ର ନେତା ଓ କର୍ମକର୍ତ୍ତାମାନେ ମାଲ୍ୟାର୍ପଣ କରିଥିଲେ। ମାଲ୍ୟାର୍ପଣ ପରେ ଏଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସାଧାରଣ ସଭାରେ ଓଡିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହିତ ଓଡିଶାର ବରପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପାଳିତ ହେଉଥିବା ପଞ୍ଚାୟତିରାଜ ଦିବସ ପାଳନକୁ ରାଜ୍ୟ ସରକାର ଜାଣିଣୁଣି ବାତିଲ କରିବା ସହିତ ପୂର୍ବରୁ ରହିଥିବା ସରକାରୀ ଛୁଟି ବ୍ୟବସ୍ଥାକୁ ମଧ୍ୟ ଖାରଜ କରିଥିଲେ। ଯାହାକୁ ନେଇ ବିଜୁ ଜନତା ଦଳ ଅସନ୍ତୋଷ ପ୍ରକଟ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିଜେପି ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅପମାନିତ କରାଯିବା ସହିତ ଅପମାନ ର ଜବାବ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦିଆଯିବ ବୋଲି ବିଜୁ ଜନତା ଦଳର ଉପସ୍ଥିତ ନେତା ମାନେ ନିଜ ବକ୍ତବ୍ୟରେ କହିଥିଲେ। ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ ମୂର୍ମୁ କର୍ମକର୍ତ୍ତାଙ୍କୁ ଆଶ୍ବସନା ଦେଇଥିବା ବେଳେ ରାଜ୍ଯ ର ଡବଲ ଇଞ୍ଜିନ ସରକାରଙ୍କ ହିନ ରାଜନୀତିକୁ କଡା ସମାଲୋଚନା କରିଥିଲେ ।

ପୂର୍ବତନ ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ ହାଁସଦାଃ ବିଜେପି ସରକାର ଙ୍କ ମନମୁଖି ଶାସନ ଓ ଓଡିଶାର ପ୍ରବାଦ ପୁରୁଷଙ୍କୁ ଏହି ପଞ୍ଚାୟତ ରାଜଦିବସ ଅବସରେ ଅପମାନିତ କରିଥିବାରୁ ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ଯାଳୟ ସମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନର ନେତୃତ୍ୱ କରୁଥିଲେ ପଶ୍ଚିମ ମୟୂରଭଞ୍ଜ ବିଜେଡି ସଭାପତି କାଶିନାଥ ହେମ୍ବ୍ରମ , ପୂର୍ବତନ ବିଧାୟକ ସାଇବା ସୁଶିଲ ହାଁସଦାଃ , ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ଅଭିଷେକ ପଟନାୟକ , ରାଇରଙ୍ଗପୁର ପୂର୍ବତନ ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ , ବରିଷ୍ଠ ନେତା ଇଶାନ ମିଶ୍ର , ରାଇରଙ୍ଗପୁର ପୌରପରିଷଦ ଉପାଧ୍ୟକ୍ଷା ମମିତା ଚୌଧୁରୀ , ଜିଲ୍ଲା ପରିଷଦ ସଭ୍ଯ ସଚିଦାନନ୍ଦ ମହାନ୍ତ , ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ତନୁଜା ମହାନ୍ତ , ତୁଙ୍ଗ ନେତା ମନୁ ଚୌଧୁରୀ , ତୁଙ୍ଗ ବିଜେଡି ନେତା ସୁବାଷ ମଣ୍ଡଳ , ଆଇନଜୀବୀ ଗୌରୀ ଦତ୍ତ , ଆଇନଜୀବୀ ପଙ୍କଜ ଦାସ , ଯୁବ ବିଜେଡି ନେତା ସାଜିଦ୍ ହୁସେନ୍ , ଜିତୁ ପଟ୍ଟନାୟକ , ଟୋନି ପଣ୍ଡା , ଅରୁଣ ପାଲ, ଓ ବହୁ ଯୁବ ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।