ଶିକ୍ଷକଙ୍କୁ ସେବା ନିବୃତ ସମ୍ବର୍ଦ୍ଧନା ।

ବୋଲଗଡ, ତା-୦୭/୦୨ ( ବିଏମସି ଟିଭି ଓଡ଼ିଆ )

ବୋଲଗଡ ଶିକ୍ଷାବ୍ଲକ ପିଚୁକୁଳିସ୍ଥିତ ଶ୍ରୀ ରଘୁନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ବିଜୟ କୁମାର ସାହୁ ଙ୍କୁ ଶୁକ୍ରବାର ସେବାନିବୃତ୍ତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସ୍ନିଗ୍ଧା ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ତଥା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ରତିକାନ୍ତ ମିଶ୍ର ମୁଖ୍ୟବକ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ଏବିଇଓ ପଦ୍ମଚରଣ ବେହେରା ସମବାୟବିତ ପବିତ୍ର ମୋହନ ମାଝୀ ଶିକ୍ଷକ ସଙ୍ଘ ସଭାପତି ମଳୟ କୁମାର ପଣ୍ଡା ସମ୍ପାଦକ ଅପର୍ତ୍ତି ଅଟ୍ଟ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବବିନା ନାୟକ  ପଞ୍ଚ ସଖା ସେତୁ ଶ୍ୟାମାକାନ୍ତ ପଟ୍ଟନାୟକ ଓ ସିଆରସିସି ଲୋକନାଥ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅବସର କାଳକୁ ସାମାଜିକ କାର୍ଯ୍ୟରେ ବିନିଯୋଗ କରିପାରିଲେ ଜୀବନ ସୁଖମୟ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ ଛାତ୍ରଛାତ୍ରୀମାନେ ବିଦାୟ କାଳୀନ ସଂଗୀତ ଗାନ କରିଥିଲେ। ସହକାରୀ ଶିକ୍ଷକ ସୁଧୀର କୁମାର ସେଠି ଅତିଥିପରିଚୟ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ମାନସ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ମାନ୍ଧାତା ଭାଗିରଥି ଗୁରୁ ଓ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ବିଦାୟୀ ଶିକ୍ଷକଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ପର୍ଦ୍ଧିତ କରିଥିଲେ। ଶ୍ରୀ ସାହୁ ସର୍ବଦା ବିଦ୍ୟାଳୟ ସହ ଜଡିତ ରହିଵେ ବୋଲି ଆଶା କରିଥିଲେ।  ବ୍ଲକର ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ସହକାରୀ ଶିକ୍ଷକ ବିଚିତ୍ରାନନ୍ଦ ରାୟଗୁରୁ ମହାପାତ୍ର ବିଦାୟୀ ଶିକ୍ଷକଙ୍କ ନିରାମୟ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।

ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *