ବୋଲଗଡ଼ ; ତା-୧୫/୧୨ (ବିଏମସି ଟିଭି ଓଡ଼ିଆ)
ବୋଲଗଡ଼ ଥାନା ଫାସିଓଦା ଅଧିନ ଟାଙ୍ଗିସାହି ଗ୍ରାମର
ଜୈନେକ ନାବାଳକ ପୋଖରୀରେ ବୁଡିଯାଇ
ଅକାଳ ମୃତ୍ୟୁ ହୋଇଛି। ଦୁଃଖଦ ଘଟଣାରୁ ଜଣାପଡିଛି ଯେ ଟାଙ୍ଗିସାହି ୩୨ ଘରିଆସାହି ବାସିନ୍ଦା କବିରାଜ ବିଶ୍ୱାଳଙ୍କ ଏକମାତ୍ର ପୁଅ
ଅନିବେଶ ବିଶ୍ୱାଳ(୧୦)ବୟସର ନାବାଳକ
ଥାଇ ନିଜ ଘର ନିକଟରେ ରହିଥିବା ମଝି ଘରିଆ ନୂଆପୋଖରୀରେ ବୁଡି ଯାଇ ମୃତ୍ୟୁ ଘଟିଛି। ଏପରିକି ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟା ସମୟ ପ୍ରାୟତଃ ୫.୨୦ମିରେ ମୃତକ ବାଳକ ଅନିବେଶ ଘର ନିକଟ ମଝିଘରିଆ ନୂଆପୋଖରୀକୁ ଶୌଚାଦି ନିମନ୍ତେ ଯାଇଥିଲେ।
ସେଠାରେ କୌଣସି ଅସାବଧାନତା ହେତୁ ଅନିବେଶର ଗୋଡ଼ ଖସି ଯିବାରେ ସେ ପାଣିର ଭିତରକୁ ଚାଲିଯାଇଥିଲେ। କୌଣସି ସୂତ୍ରରୁ
ଖବର ପାଇ ଗାଁ ଲୋକେ ପାଣିରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବୋଲଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପରେ ଥାନା କେସନଂ-୧୭/୨୪ରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ତେବେ ଏହି ଛୋଟ ନାବାଳକର ମୃତ୍ୟୁରେ ଗାଁ ଟାଙ୍ଗିସାହିରେ ଶୋକର ଛାୟା ଖେଳିଯାଇଛି।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ ରୁ ରାଧାମଣୀ ମହାପାତ୍ର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।