ଗୋରୁ ବୋଝେଇ ଦୁଇ ବୋଲେରୋ ପିକ୍ଅପ୍ ଜବତ; ବେଲଗୁଣ୍ଠା ଥାନାରେ ମାମଲା ରୁଜୁ।

ବେଲଗୁଣ୍ଠା, ତା-୮/୦୩ ( ବିଏମସି ଟିଭି ଓଡ଼ିଆ )

ଆଜି ବେଲଗୁଣ୍ଠା ପୋଲିସ୍ ବେଆଇନ୍ ଗୋ ଚାଲାଣ କରୁ୍ଥିବା ଦୁଇଟି ଗୋରୁ ବୋଝେଇ ବୋଲେରୋ ପିକ୍ଅପ୍ ଗାଡିକୁ ଜବତ କରିବା ସହିତ ବେଲଗୁଣ୍ଠା ଥାନାରେ ଦୁଇଟି ମାମଲା ରୁଜୁ କରିଛି। ସୂଚନା ପ୍ରକାରେ ଶୁକ୍ରବାର ରାତି ବାର ଘଣ୍ଟା ପାଞ୍ଚ ମିନିଟ୍ ସମୟରେ ବେଲଗୁଣ୍ଠା ଥାନା ଏସ୍ଆଇ ନାରାୟଣ ନାୟକ ପୋଲିସ୍ ଟିମ୍ କୁ ନେଇ ପାଟ୍ରୋଲିଂ କରୁ୍ଥିବା ସମୟରେ ଉଢୁରା ଛକରେ ବେଲଗୁଣ୍ଠା ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା OD7AD5004 ଏବଂ OD07AJ5301 ନମ୍ବର୍ ବିଶିଷ୍ଟ ଦୁଇଟି ବୋଲେରୋ ପିକ୍ଅପ୍ ଗାଡ଼ିରେ ଗାଈ ଗୋରୁ ବୋଝେଇ ହୋଇଥିବା ଦେଖି ଗାଡ଼ି ଗୁଡ଼ିକୁ ଅଟକାଇବା ପାଇଁ ସଂକେତ ଦେଇଥିଲେ ।

କିନ୍ତୁ ଗାଡ଼ି ଚାଳକ ମାନେ ଗାଡିକୁ ନଅଟକାଇ ଦ୍ରୁତ ଗତିରେ ସେଠାରୁ ଚାଲିଯାଇଥିଲେ ଏବଂ ପୋଲିସ୍ ଗାଡ଼ି ସେମାନଙ୍କୁ ପିଛା କରିଥିଲା। କିଛି ରାସ୍ତା ଯିବାପରେ ବୋଲେରୋ ଚାଳକ ମାନେ ଗାଡି ଗୁଡ଼ିକୁ ବେଲଗୁଣ୍ଠା ତହସିଲ୍ ଛକ ନିକଟରେ ରଖି ସେଠାରୁ ଫେରାର୍ ହୋଇଯାଇଥିଲେ। ପୋଲିସ୍ OD7AD5004 ନମ୍ବର୍ ବିଶିଷ୍ଟ ଗାଡିରୁ ଦୁଇଟି ଗାଈ ଏବଂ ଗୋଟିଏ ବଳଦକୁ ଉଦ୍ଧାର କରିବା ସହିତ OD07AJ5301 ନମ୍ବର୍ ବିଶିଷ୍ଟ ଗାଡିରୁ ଚାରୋଟି ବଳଦ ଏବଂ ତିନୋଟି ଗାଈକୁ ଉଦ୍ଧାର କରିଥିଲେ। ଉଭୟ ଗାଡ଼ିରେ ଗାଈ ଏବଂ ବଳଦ ଗୁଡ଼ିକୁ ବିନା ଖାଦ୍ୟ ପାନୀୟରେ ଅତି ଦୟନୀୟ ଅବସ୍ଥାରେ ମନ୍ଦ ଉଦ୍ଦେଶ୍ୟ ରଖି ଚାଲାଣ କରାଯାଉଥିବା ନେଇ ଏସ୍ଆଇ ନାରାୟଣ ନାୟକ ବେଲଗୁଣ୍ଠା ଥାନାରେ ରିପୋର୍ଟ କରିଥିଲେ। ଏସ୍ଆଇ ଶ୍ରୀ ନାୟକଙ୍କ ରିପୋର୍ଟକୁ ଭିତ୍ତିକରି 140/25 ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *