ଏପ୍ରିଲ ୯ରୁ କୁସୁମୀ ରାମଲୀଳା ମହୋତ୍ସବ, ଆଜି ହେଲା ପୋଥି ପୂଜନ କାର୍ଯ୍ୟକ୍ରମ।


ସମ୍ବଲପୁର:ତା.୦୯/୦୩(ବିଏମସି ଟିଭି ଓଡିଆ)

ଆସନ୍ତା ୯ ଅପ୍ରେଲ ଠାରୁ ୧୫ ଅପ୍ରେଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ   ଥିବା ଶ୍ରୀ ରାମଲୀଳା ମହୋତ୍ସବ ପାଇଁ କଳାକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇ ପୋଥି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାମାୟଣର ସାତଟି କାଣ୍ଡ ସାତ ଦିନ ଧରି ରାମାୟଣ ଳର ବିଭିନ୍ନ ବିଷୟ ବସ୍ତୁ ସହ ଗୀତିନାଟ୍ୟ ଆଧାରରେ ଅଭିନୀତ ହେବ।  ଅଞ୍ଚଳର ଛୋଟ ବଡ଼ ୧୪୭ ଜଣ କଳାକାରଙ୍କ ଦ୍ଵାରା ଏହା ଅଭିନୀତ ହେବ। ଏହା ସପ୍ତମ ବର୍ଷରେ ପହଞ୍ଚିଛି। କୁସୁମୀରେ ପୁରାତନ ନାଟ୍ୟକଳାକୁ ଉଦଜୀବିତ କରିବା ପାଇଁ କଳା ଓ କଳାକାର ସଂଘ କୁସୁମୀ ସର୍ବଦା ଚେଷ୍ଟିତ। ଏହି କାର୍ଯ୍ୟକ୍ରମରେ ୮ ତାରିଖ ଦିନ ସକାଳ ସାଢେ଼ ଆଠଟା ସମୟରେ ହେବ କଳସ ଯାତ୍ରା, ୯ ତାରିଖ ଦିନ ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ, ରାମ ଜନ୍ମ, ଏକୋଇଶୀଆ ଓ ନାମକରଣ, ବିଦ୍ୟାରମ୍ଭ ଶାସ୍ତ୍ର ଓ ଶସ୍ତ୍ର ବିଦ୍ୟା ଶିକ୍ଷା ସହ ତାଡକା ବଧ ହୋଇ ୧୦ତାରିଖ ଦିନ ହେବ ସୀତା ବିବାହ, ମନ୍ଥରାର କୁମନ୍ତ୍ରଣା ରେ ରାମ ବନବାସ, ଭରତଙ୍କ ପାଦୁକା ପୂଜା। ସେହିପରି ୧୧ତାରିଖ ଦିନ ସୂର୍ପଣଖାର ପ୍ରେମ ନିବେଦନ ରେ ଅତିଷ୍ଠ ଲକ୍ଷ୍ମଣଙ୍କ ଦ୍ଵାରା ନାସା କର୍ଣ୍ଣ ଛେଦନ, ସୀତା ଚୋରି, ଜଟାୟୁ ଉଦ୍ଧାର, ୧୨ ତାରିଖ ଦିନ ରାମ ହନୁମାନ ଭେଟ, ସୁଗ୍ରୀବ ମିତ୍ରତା, ବାଲି ବଧ, ୧୩ ତାରିଖ ଦିନ ଲଙ୍କାପୋଡ଼ି, ବିଭୀଷଣ ଶରଣ ଓ ସେତୁବନ୍ଧ ପ୍ରତିଷ୍ଠା ହୋଇ ୧୪ ତାରିଖ ଦିନ ଇନ୍ଦ୍ରଜିତ ବଧ ଓ କୁମ୍ଭକର୍ଣ୍ଣ ବଧ ସହିତ ୧୫ ତାରିଖ ଦିନ ମହିରାବଣ ବଧ, ତରଣି ସେନ ଉଦ୍ଧାର, ବିଭୀଷଣଙ୍କ ପୁତ୍ର ଶୋକ, ରାବଣ ବଧ, ରାମଚନ୍ଦ୍ରଙ୍କ ପ୍ରତ୍ୟାଗମନ ଓ ଅଭିଷେକ, ରାମରାଜ୍ୟ ପ୍ରତିଷ୍ଠା ଆଦି କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଏହା ମଧ୍ୟରେ ଶ୍ରବଣ କୁମାର ପ୍ରସଙ୍ଗ, ଦଶରଥଙ୍କ ଶୋକ,ଜଣେ ରାଜକୁମାର ଠାରୁ ଜଣେ ସାଧାରଣ ଜଟାଯୁଟ ଧlରି ବନବାସୀର ବେଶ, ରାମ ବନ ଗମନର ଦୁଃଖ ଓ କୈବର୍ତ୍ତ ପ୍ରସଙ୍ଗ ଆଦି କାର୍ଯ୍ୟକ୍ରମ ରହିଛି। ଏହାର ଅନ୍ୟତମ ଆକର୍ଷଣ ମଧ୍ୟ୍ୟରେ ୧୮ ଜଣ ରାଜାଙ୍କ ଉପସ୍ଥିତିରେ ସୀତା ସ୍ଵୟମ୍ବର ହୋଇଥାଏ। କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବହୁ ଦୂର ଦୁରାନ୍ତରରୁ ପ୍ରତି ଦିନ ୫୦୦୦ ରୁ ୭୦୦୦ ଦର୍ଶକ ଦେଖିବାକୁ ଆସିଥାନ୍ତି। ରାମାୟଣ ଉପରେ ଲୋକଙ୍କ ଆଗ୍ରହ ବଢ଼ୁଥିବାରୁ ଦିନକୁ ଦିନ କୁସୁମୀ ଅଞ୍ଚଳର ଏହି ରାମଲୀଳା ସୁନାମ ଅର୍ଜନ କରିବାରେ ଲାଗିଛି।


ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିସା।

Leave a Reply

Your email address will not be published. Required fields are marked *