ମୟୂରଭଞ୍ଜ ;ତା-୦୮/୦୩(ବିଏମସି ଟିଭି ଓଡ଼ିଆ)
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ସଇତାନ ପୁଅର ଠେଙ୍ଗା ମାଡ଼ରେ ମାଆର ମୃତ୍ୟୁ ଘଟିଥିବା ଜଣାପଡିଛି । ଅତି ଅମାନୁଷିକ ଭାବେ ଠେଙ୍ଗାରେ ପିଟି ପିଟି ଜୀବନରୁ ମାରିଦେଇଥିବା ସୂଚନା ମିଳିଛି । ପୁଲିସ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖୀ ଘଟଣାର ଅଧିକ ତଦନ୍ତ କରୁଛି । ଶୁଳିଆପଦା ଥାନା ଆଇଆଇସି ଆଦିତ୍ୟପ୍ରସାଦ ଜେନାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଶୁଳିଆପଦା ବ୍ଳକ ଉଫାଲଗଡ଼ିଆ ପଞ୍ଚାୟତ ଚିଆଁପଦା ଗ୍ରାମର କାହ୍ନୁ କିସ୍କୁ କୌଣସି କାରଣରୁ ଉତକ୍ଷିପ୍ତ ହୋଇ ଘର ଅଗଣାରେ ପଡ଼ିଥିବା ଏକ ଶାଳ କାଠରେ ନିଜ ମାଆ ଜବା କିସ୍କୁଙ୍କ ମୁଣ୍ଡକୁ ଜୋରରେ ପ୍ରହାର କରିଥିଲା ।

ଫଳରେ ଘଟଣାସ୍ଥଳରେ ଜବାଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରିବା ସହ ମୃତଦେହକୁ ଜଗି ରହିଥିଲେ । ପରେ ଅନୁସନ୍ଧାନକାରୀ ଦଳ ପହଞ୍ଚି ଘଟଣାର ତଦନ୍ତ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାର ସୂଚନା ମିଳିଛି ।ତେବେ ପ୍ରାୟ ଦୁଇବର୍ଷ ତଳେ କାହ୍ନୁ ନିଜ ବାପାଙ୍କୁ ଟାଙ୍ଗିଆରେ ଅତି ନୃଶଂସ ଭାବେ ହାଣି ହତ୍ୟା କରି ଜେଲ ଯାଇଥିଲା । ଜେଲରୁ ୬ ମାସ ତଳେ ବାହାରିଥିବାବେଳେ କାହ୍ନୁ ଆଜି ପୁଣି ନିଜ ମାଆକୁ ମଧ୍ଯ ହତ୍ୟା କରିଛି । ତାର ମାନସିକ ସ୍ଥିତି ଠିକନଥିବା ପୁଲିସ କହିଛି ।

ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।