୧୮୫ ମଇଁଷି ଜବତ, ୬ଜଣ ଅଟକ।

ମୟୂରଭଞ୍ଜ ;ତା-୧୧/୦୩(ବିଏମସି ଟିଭି ଓଡ଼ିଆ)

ସକ୍ରିୟ ହେଉଛନ୍ତି ଗୋ ଚାଲାଣକାରୀ ମାଫିଆ ।ଦିନକୁଦିନ ଗାଈ ଗୋରୁ, ମଇଁଷି ଚାଲାଣ ବଢୁଥିବା ଦେଖିବାକୁ ମିଳୁଛି । ଏମିତିକି ବିଭିନ୍ନ ସମୟରେ ଗୋ ମାଫିଆଙ୍କ ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା । ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ହୋଇଥିବାରୁ ବେଆଇନ ଗୋ ଚାଲାଣ ଓ ଗୋହତ୍ଯା ନିଷେଧ ପାଇଁ ହିନ୍ଦୁ ସଙ୍ଗଠନ ଗୁଡିକ ପକ୍ଷରୁ ଦାବି ହୋଇ ଆସୁଛି। ଗୋ ଚାଲାଣ ହେଉ କି ମଇଁଷି ଚାଲାଣ କମିବା ଦେଖିବାକୁ ମିଳୁନାହିଁ ବରଂ ଦିନକୁଦିନ ଗୋମାତା ଓ ମଇଁଷିଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଛି ।ମୟୂରଭଞ୍ଜ ଜିଲ୍ଲା ମୋରଡା , ରାସଗୋବିନ୍ଦପୁର ଓ ଶୁଳିଆପଦା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ହୋଇ ପଡୋଶୀ ପଶ୍ଚିମବଙ୍ଗକୁ ହେଉଛି ମଇଁଷି ଓ ଗୋ – ଚାଲାଣ ।

ତେବେ ଗତକାଲି ବିଳମ୍ବିତ ରାତିରେ ମୋରଡା ଥାନା ଅର୍ନ୍ତଗତ ଖୁରୁଣ୍ଟିଆ ହୋଇ ମଇଁଷି ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ମୋରଡା ଥାନା ଅଧିକାରୀ ସୁମିତ ସୋରେନଙ୍କୁ ଖବର ଦେଇଥିଲେ । ଖବରପାଇ ମୋରଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୮୫ ଟି ମଇଁଷିକୁ ଜବତ କରିବା ସହିତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ତେବେ ଦିନକୁଦିନ ଗାଈ ଗୋରୁ, ମଇଁଷି ଚାଲାଣ ବଢୁଥିବା ବେଳେ ସକ୍ରିୟ ହେଉଛନ୍ତି ମାଫିଆ ଏବଂ ବିଭିନ୍ନ ସମୟରେ ମାଫିଆର ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା । ସମସ୍ତ
ମଇଁଷି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରୁ ଆସୁଥିଲା । ଦିନ ବେଳେ ନିଛାଟିଆ ସ୍ଥାନରେ ସମସ୍ତ ମଇଁଷିକୁ ରଖୁଥିବା ବେଳେ ରାତିରେ ସମସ୍ତ ମଇଁଷିକୁ ଚଲାଇ ଚଲାଇ ମୋରଡା ଥାନା ଅଞ୍ଚଳ ହୋଇ ପାରି କରୁଥିବା ଖବରପାଇ ମୋରଡା ଥାନା ପୋଲିସ ଚଢାଉ କରି ଥାନାକୁ ଆଣିଥିବା ଦେଖିବାକୁ ମିଳିଛି । ତେବେ ମଇଁଷିକୁ ନେଉଥିବା ବ୍ୟକ୍ତି କହିଛନ୍ତି ଯେ ବିଭିନ୍ନ ଥାନାରେ ଟଙ୍କା ଦେଇ ଆଣୁ ଥିବାରୁ ରାସ୍ତାରେ ପ୍ରାୟତଃ ଅଟକାନ୍ତି ନାହିଁ । ମାତ୍ର ବ୍ୟତିକ୍ରମ ସାଜିଲା ମୋରଡ଼ା ଥାନା । ଅନ୍ୟପଟେ ଜବତ ୧୮୫ ମଇଁଷିର ବଜାର ମୂଲ୍ୟ ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆଲୋଚନା ହେଉଛି ।


ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *