ମାଲକାନଗିରି ;ତା-୧୩/୦୩(ବିଏମସି ଟିଭି ଓଡ଼ିଆ)
ଆଜି ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଅବସରରେ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ର ମୁଖ୍ୟ ସଦର ମହକୁମା ରେ ବରାହଦୋଳ ଅବା ଦୋଳଗୋବିନ୍ଦ ବିମାନ ପରିକ୍ରମା ଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ପଖନାଗୁଡା ଗ୍ରାମ ରେ ଥିବା ରାଧାକୃଷ୍ଣ ମନ୍ଦିରରୁ ଏହି ଯାତ୍ରାର ଶୁଭାରମ୍ଭ ହୋଇଥିଲା ଓ ଆଦି ସ°ଧ୍ୟା ୬ ଘଣ୍ଟିକାରେ ଦୋଳ ବିମାନ କୁଡୁମୁଲୁଗୁମ୍ମା ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ପହଞ୍ଚିଥିଲେ ଯେଉଁଠି ମନ୍ଦିର ର ମୁଖ୍ୟ ପୂଜକ ଗୋପୀନାଥ ଦାସ ଓ ରବିନ୍ଦ୍ରନାଥ ରଥ ପ୍ରମୁଖ ଉପସ୍ଥିତ ରହି ଦୋଳଗୋବିନ୍ଦ ଠାକୁରଙ୍କ ବନ୍ଦାପନା ସହିତ ଦ୍ୱିପ ଜାଳି, ଭୋଗ ଲଗାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ପଖନାଗୁଡା ଗ୍ରାମ ର ଶହଶହ ସନାତନୀ ହିନ୍ଦୁ ପୁରୁଷ ଓ ମହିଳା ଶ୍ରଦ୍ଧାଳୁମାନେ ଖୋଳତାଳ ବଜାଇ, ହୁଳହୁଳି ଦେବା ସହ ଭଜନ ସଂକୀର୍ତ୍ତନ ଗାନ କରି ଠାକୁରଙ୍କୁ ପୁରା ଗ୍ରାମ ପରିକ୍ରମା କରାଇଥିଲେ । ରାସ୍ତାର ଉଭୟ ପାର୍ଶ୍ବରେ ବସବାସ କରୁଥିବା ହିନ୍ଦୁ ମାନେ ମଧ୍ୟ ନିଜ ନିଜର ଘର ଦାଣ୍ଡରେ ପୁର୍ଣ୍ଣ କଳସ ସ୍ଥାପନ କରି, ଦୀପ ଜାଳି ଦୋଳଗୋବିନ୍ଦ ଠାକୁରଙ୍କୁ ସ୍ୱାଗତ କରିଥିଲେ ଓ ସମସ୍ତେ ଠାକୁରଙ୍କ ପାଖରେ ଲାଗି ହୋଇଥିବା ଅବୀରକୁ ମଥାରେ ଲଗାଇଥିଲେ । ଆଜିର ଏହି ଦୋଳଗୋବିନ୍ଦ ଯାତ୍ରାରେ ମୁଖ୍ୟତଃ ଭାବେ ପଖନାଗୁଡା ଗ୍ରାମର ରାମଚନ୍ଦ୍ର ମାଢୀ, ଗୁରୁ ମାଢୀ, ଶୁକ୍ରା ମାଝୀ, ଶ୍ରୀଧର ଆଦବାରୀ, କୁଡୁମୁଲୁଗୁମ୍ମା ଗ୍ରାମର ବାଳକୃଷ୍ଣ ପ୍ରଧାନ, ଭଗବାନ ସାହୁ, ହୃଷୀକେଶ ସେଠୀ, ଜ୍ୟୋତି ରଞ୍ଜନ ବେହେରା, ଲିକୁ ଦାସ୍ ଓ ବେଣୁଧର ଦାସ ପ୍ରମୁଖ ଯୋଗଦେଇ ଯାତ୍ରାର ସୁଚାରୁରୂପେ ପରିଚାଳନା ନିମନ୍ତେ ସହଯୋଗ କରିଥିଲେ ।
ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।