ସାତକୋଶିଆ ରିଶୋର୍ଟ କୁ ପର୍ଯ୍ୟଟକ ଙ୍କ ମୁହଁ ମୋଡା।

ନୟାଗଡ଼ ;ତା-୧୬/୧୨(ବିଏମସି ଟିଭି ଓଡ଼ିଆ)

ଗଣିଆ ବ୍ଲକ ବଡସିଲିଙ୍ଗା ପଞ୍ଚାୟତ ଅନ୍ତର୍ଗତ ସାତକୋଶିଆ ସ୍ୟାଣ୍ଡରିଶୋର୍ଟସ ମହାନଦୀ କୂଳରେ ଅବସ୍ଥିତ। ସବୁଜ ବନାନୀ ପ୍ରାକୃତିକ ସୌନ୍ଦର୍ଯ୍ୟ ଏଠିକାର ପରିବେଶ । ଶୀତଦିନ ହେଲେ ଏଠାକୁ ପରିବେଶ ପ୍ରେମୀମାନଙ୍କ ସୁଅ ଛୁଟିଥାଏ।

କିନ୍ତୁ ଦୁଃଖର ବିଷୟ ଥରେ ଯିଏ ଏଠାକୁ ଆସିଚି ଦ୍ଵୀତିୟ ଥର ନିଜେ ଆସେନି କି ତାଙ୍କ ପରିଚିତ ପର୍ଯ୍ୟଟକମାନଙ୍କୁ ଆସିବାକୁ ଦିଏନି। କାରଣ ଗଣିଆ ଠାରୁ ବଡମୁଳ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ନିକଟରେ କଳାପାଟ ଯାତ୍ରାକୁ ଆଖି ଆଗରେ ରଖି ଉପରିସ୍ଥ ଅଧିକାରୀ ମାନେ ରାସ୍ତା ମରାମତି କରାଯିବା ପାଇଁ ଆଲୋଚନା ହୋଇଥିଲା ଓ ତୁରନ୍ତ ରାସ୍ତା ମରାମତି କରିବାକୁ ସ୍ଥିର କରାଯାଇଥିଲା।

ମାତ୍ର ଯାତ୍ରା ସରିଗଲା ପଛେ ରାସ୍ତା ମରାମତି ହୋଇପାରିଲା ନାହିଁ। ତେବେ ଏପଟେ ଶୀତ ଦିନରେ ସାତକୋଶିଆ ରିଶୋର୍ଟସ କୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ୟ୍ୟଟକ ସାତକୋଶିଆ ର ପ୍ରାକୃତିକ ପରିବେଶ ର ମଜା ନେବାକୁ ଆସିଥାନ୍ତି।

ଗଣିଆ ଉପରେ ନିର୍ଭର କରିଥାନ୍ତି ବଡସିଲିଙ୍ଗା ର ୨୨ ଖଣ୍ଡ ପଲ୍ଲୀର ଲୋକେ। ପ୍ରତ୍ୟେକ ଦିନ ବଜାରସଉଦା ଠାରୁ ଆରମ୍ଭ କରି ଅଫିସ କାମ ପାଇଁ ଆସନ୍ତି ଅଞ୍ଚଳ ବାସିନ୍ଦା ଏବଂ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଆସିଥାନ୍ତି। ମାତ୍ର ରାସ୍ତା ର ଅବସ୍ଥା ଦେଖି ନାକେଦମ ହୋଇଗଲେଣି ଅଞ୍ଚଳବାସୀ । ତେବେ ଉପରିସ୍ଥ ଅଧିକାରୀ ଙ୍କ ଆଦେଶ କୁ ମାନୁଛି କିଏ? ଯିବାଆସିବା ସମୟରେ ପର୍ଯ୍ୟଟକ ତଥା ଲୋକଙ୍କ ଅବସ୍ଥା ଯାହା ହେଲେ ପ୍ରଶାସନିକ ଅଧିକାରୀଙ୍କ ବା କଣ ଯାଉଛି? କାହିଁକି ବେଖାତିର ମନୋଭାବ।

ଉପରିସ୍ଥ ଅଧିକାରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବାରୁ ତଳସ୍ତରର ଅଧିକାରୀ ଙ୍କ ବେପରୁଆ ମନୋଭାବ ବଢିଯାଉଛି । ତେବେ ଏଥିପାଇଁ ଦାୟୀ କିଏ ତାହା ଦେଖିବାର ବାକି ରହିଲା? ସ୍ଥାନୀୟ ଜନସାଧାରଣଙ୍କୁ ତଥା ଅନ୍ୟ ବୁଲା ବେପାରୀ ଙ୍କ ପେଟ କଥାକୁ ପଚାରୁଛି କିଏ?

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *